କୋର୍ଟ ଆଦେଶର ଉଲ୍ଲଂଘନ: ସ୍ବାମୀ ଓ ସ୍ତ୍ରୀ ଗିରଫ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ଥାନା ଓ ବାଲିପଦର ଫାଣ୍ଡି ଅନ୍ତର୍ଗତ ବାଲିପଦର ଗ୍ରାମର ସ୍ବର୍ଗତ ଖଲି ସାସମଲଙ୍କ ପୁଅ ବିଜୟ ସାସମଲ (୫୦) ଓ ତାଙ୍କ ଧର୍ମପତ୍ନୀ ସୁକାନ୍ତି ସାସମାଲ (୪୦) ଉଭୟଙ୍କୁ କୋର୍ଟ ଆଦେଶ ଉଲ୍ଲଂଘନ କରିବା ଅଭିଯୋଗରେ ବୁଗୁଡ଼ା ପୋଲିସ ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କ ନିର୍ଦ୍ଦେଶ କ୍ରମେ ବାଲିପଦର ଫାଣ୍ଡି ଓଆଇସି କେ.ନୀଳାଦ୍ରି ରେଡ୍ଡୀ ୦୭-୬-୨୬ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ପ୍ରକାଶ ଥାଉକି ଭଞ୍ଜନଗରର ସିଭିଲ୍ ଜଜ୍ (ବରିଷ୍ଠ ବିଭାଗ) ଦ୍ୱାରା ଜାରି କରାଯାଇଥିବା କୋର୍ଟ ଆଦେଶର ଉଲ୍ଲଂଘନ କରି, ଯେଉଁଥିରେ କୋର୍ଟ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପତ୍ତିର ଦଖଲ ପୂର୍ବରୁ ଡିକ୍ରିଧାରୀଙ୍କୁ ହସ୍ତାନ୍ତର କରାଯାଇଥିଲା, ଅଭିଯୁକ୍ତ ବ୍ୟକ୍ତିମାନେ, ବିଜୟ ସାସମଲ ଓ ସୁକାନ୍ତି ସାସମଲ ଉଭୟେ ବୁଗୁଡ଼ା ପୋଲିସ ଥାନା ଅନ୍ତର୍ଗତ ବାଲିପଦର ଗ୍ରାମର ବେଆଇନ ଭାବରେ ମକଦ୍ଦମା ସମ୍ପତ୍ତିର ତାଲା ଭାଙ୍ଗି ଜୋର ଜବରଦସ୍ତ ଦଖଲ କରିଥିଲେ। ଏପରିକି ଡିକ୍ରିଧାରୀ ବ୍ୟକ୍ତିଙ୍କୁ ଦୁଇ ଅଭିଯୁକ୍ତ ଜୀବନରେ ମାରିଦେବାକୁ ଧମକ ଦେବା ଏବଂ ହତ୍ୟା କରିବାକୁ ଚେଷ୍ଟା କରିବା ସହିତ ପ୍ରକୃତ ମାଲିକଙ୍କୁ ବିତାଡ଼ିତ କରିଥିଲେ। ଏନେଇ ବୁଗୁଡ଼ା ପିଏସ୍ ନମ୍ବର – ୨୮୬ ତାରିଖ ୦୭-୦୬-୨୦୨୬, U/s- 331(6)/351(3)/115(2)/308(3)/


