ପୋଲିସ ଜିଲ୍ଲା ପକ୍ଷରୁ ସନଡେ ଅନ ସାଇକେଲ କାର୍ଯ୍ୟକ୍ରମ
ଛତ୍ରପୁର, (ଓ୍ବାଇଏନଏସ): ଫିଟନେସ୍ ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋତ୍ସାହିତ କରିବା ପାଇଁ ‘ସନଡେ ଅନ୍ ସାଇକେଲ’ ହେଉଛି ଭାରତ ସରକାରଙ୍କ ‘ଫିଟ୍ ଇଣ୍ଡିଆ ମୁଭମେଣ୍ଟ’ ଅଧୀନରେ ଆୟୋଜିତ ଏକ ଲୋକପ୍ରିୟ ସାଇକେଲ ଚାଳନା କାର୍ଯ୍ୟକ୍ରମ । ଏହା ସ୍ୱାସ୍ଥ୍ୟ ସଚେତନତା, ମାନସିକ ସୁସ୍ଥତା ଏବଂ ସବୁଜ ପରିବେଶକୁ ପ୍ରୋତ୍ସାହିତ କରିବା ପାଇଁ ଅନୁଷ୍ଠିତ ହେଉଛି। ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ଆଜି “ସନଡେ ଅନ ସାଇକେଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହା ପୋଲିସ କର୍ମଚାରୀଙ୍କ ଫିଟ୍ନେସ୍ ବଜାୟ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବେଶ୍ ସହାୟକ ନିମନ୍ତେ ଏକ ସାଇକେଲ ରାଲି ଆୟୋଜନ କରାଯାଇଥିଲା । ଏଥିରେ ଗଞ୍ଜାମ ଏସପି ହରିଶ ଵି. ସି ନିଜେ ଯୋଗଦେଇ ସାଇକେଲ ଚଳାଇବା ସହିତ ପୋଲିସ କର୍ମଚାରୀ ଏବଂ ଅନ୍ୟାନ୍ୟ ଅଧିକାରୀ ମାନେ ଉତ୍ସାହର ସହିତ ଏହି ଅଭିଯାନରେ ଅଂଶଗ୍ରହଣ କରିଥିଲେ। ନାଗରିକମାନଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ଏହା ସହିତ ଇନ୍ଧନ ସଞ୍ଚୟ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ ।


