ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ଛତ୍ରପୁର (ଓ୍ବାଇଏନଏସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ  ହେଉଛି ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରମୁଖ ସରକାରୀ ଶିକ୍ଷାନୁଷ୍ଠାନ, ଯାହା ଗ୍ରାମାଞ୍ଚଳର  ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଏବଂ ଆଧୁନିକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ପ୍ରତିଷ୍ଠା କରାଯାଇଛି।  ସରକାରଙ୍କ ତରଫରୁ ଏଠାରେ ନାମଲେଖା, ପାଠ୍ୟପୁସ୍ତକ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ବିନା ମୂଲ୍ୟରେ ଯୋଗାଇ ଦିଆଯାଏ।
 ରବିବାର ଦ୍ଵିତୀୟ ପ୍ରାର୍ଯ୍ୟାୟ ରେ ରାଜ୍ୟରେ ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ କର କମଳ ହୋଇଯାଇଛି ।  ଏହି କ୍ରମେ ଗଞ୍ଜାମ ଜିଲ୍ଲାର ୭ ଟି ସ୍ଥାନରେ ଏହି ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତର କରାଯାଇଥିବା ବେଳେ ଛତ୍ରପୁର ବ୍ଲକର  ସୁନ୍ଦରପୁରପଂଚାୟତ ର ଶ୍ରୀ ସୁନ୍ଦେରଶ୍ୱର ଉନ୍ନୀତ ବିଦ୍ୟାଳୟ  ଓ ପୋଟଲାମପୁର ପଂଚାୟତ ର ପିଏମଶ୍ରୀ ଗଙ୍ଗାପୂର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷା କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏହି ଦୂରଦର୍ଶୀ ପଦକ୍ଷେପ ନିଶ୍ଚିତ ଭାବେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ସୁଯୋଗ ପ୍ରଦାନ କରିବ। ଏହି ଉଦ୍ୟମ ଯୁବପିଢ଼ିଙ୍କୁ ସଶକ୍ତ କରିବା ସହିତ ‘ବିକଶିତ ଓଡ଼ିଶା’ ଗଠନରେ ସହାୟକ ହେବ । ବିଦ୍ୟାଳୟର ନୂତନ ଭିତ୍ତିଭୂମି ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହିତ ଆଗାମୀ ପିଢ଼ି ପାଇଁ ଉତ୍ତମ ଶିକ୍ଷା ବାତାବରଣ ସୃଷ୍ଟି କରିବ ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ ।   ଏହି କାର୍ଯ୍ୟକ୍ରମ ରେ  ଅନ୍ୟମାନଙ୍କ ମଧ୍ୟ ରେ ବ୍ରହ୍ମପୁର ସାଂସଦ ପ୍ରତିନିଧି ଆର ସନ୍ତୋଷ ରେଡ୍ଡୀ, ୧୯ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ସୁନ୍ଦରପୂର ସରପଞ୍ଚ ଗଗନ କୁମାର ବେହେରା , ସମିତି ସଭ୍ୟା ସୁଜ୍ଞାନୀ ସେଠି ,ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପିତାମ୍ବର ମହାଙ୍କୁଡ, ପ୍ରଧାନ ଶିକ୍ଷୟତ୍ରୀ କେ. ଲଳିତା ଦେବୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ ଙ୍କ ସମେତ ଛାତ୍ର / ଛାତ୍ରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ପୋଟଲାମପୂର ପଂଚାୟତ ର ପିଏମ ଶ୍ରୀ ଗଙ୍ଗାପୂର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର, ଛତ୍ରପୁର ବ୍ଲକ ର ଉପାଧ୍ୟକ୍ଷା ଏସ. ଶାରଦା ରେଡ୍ଡୀ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ବୀଇଁ, ଗଞ୍ଜାମ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ର ବରିଷ୍ଠ ବୈଷୟିକ ପରାମର୍ଶ ଦାତା ଇଂ ମନୋଜ କୁମାର ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ