ଆଜି ବିଶ୍ୱ ବ୍ରେନ୍‍ ଟ୍ୟୁମର୍‍ ଦିବସ

ଆସିକା  (ୱାଇଏନ୍‍ଏସ୍‍): ଜୁନ୍‍ ମାସ ୮ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ବ୍ରେନ୍‍ ଟ୍ୟୁମର୍‍ ଦିବସ । ମସ୍ତିଷ୍କ ଟ୍ୟୁମର୍‍ର ଲକ୍ଷଣ ଓ କାରଣ ବିଷୟରେ ଲୋକଙ୍କୁ ସୂଚନା ଦେବା ଏବଂ ଏହାର ଭୟାବହତା ସଂକ୍ରାନ୍ତରେ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଜୁନ୍‍ ମାସ ୮ ତାରିଖକୁ ବିଶ୍ୱ ବ୍ରେନ୍‍ ଟ୍ୟୁମର୍‍ ଦିବସ ରୂପେ ପାଳନ କରାଯାଇଆସୁଛି । ବିଶ୍ୱ ବ୍ରେନ୍‍ ଟ୍ୟୁମର୍‍ ମନୁଷ୍ୟ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ବ୍ରେନ୍‍ ବା ମସ୍ତିଷ୍କ । ଏହା ଶରୀରର ଏକ ପ୍ରମୁଖ ଅଂଶ ହୋଇଥିଲା ବେଳେ ମନୁଷ୍ୟ ଶରୀରର ସମସ୍ତ କାର୍ଯ୍ୟକୁୁ ନିୟନ୍ତ୍ରଣ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରାଯାଇଥାଏ । ମନୁଷ୍ୟ ଶରୀରର ଅନ୍ୟାନ୍ୟ ଅଙ୍ଗ ଭଳି ମସ୍ତିଷ୍କଟି ମଧ୍ୟ ଜୀବକୋଷ ଗୁଡିକୁ ନେଇ ଗଠିତ ହୋଇଥିବାରୁ ବ୍ରେନ୍‍ ମଧ୍ୟରେ ନାନା କାରଣରୁ ଟ୍ୟୁମର୍‍ ଜାତ ହୋଇଥାଏ । କିନ୍ତୁ ମସ୍ତିଷ୍କଟି ଖପୁରି ହାଡ ଗୁଡିକ ଦ୍ୱାରା ଆବଦ୍ଧ ହୋଇଥିବାରୁ ବ୍ରେନ୍‍ ମଧ୍ୟରେ ଏହା ଅନ୍ୟ ଅଙ୍ଗ ଗୁଡିକୁ ସହଜରେ ପ୍ରସାରିତ ହୋଇପାରି ନଥାଏ । କିନ୍ତୁ ଶରୀରର ଅନ୍ୟ କୌଣସି ଅଙ୍ଗରେ କ୍ୟାନ୍ସର ବା କର୍କଟ ରୋଗ ହେଲେ ତାହା ସହଜରେ ମସ୍ତିଷ୍କକୁ ପ୍ରସରି ପାରିଯାଇଥାଏ । ମନୁଷ୍ୟ ଶରୀରର ମସ୍ତିଷ୍କରେ ବିଭିନ୍ନ ପ୍ରକାରର ଟ୍ୟୁମର୍‍ ହେଉଥିଲେ ମଧ୍ୟ “ଗ୍ଳାଓମା” ନାମକ ଟ୍ୟୁମର୍‍ ବେଶୀ ମାରାତ୍ମକ ହୋଇଥିଲା ବେଳେ ସମୟୋଚିତ ଚିକିତ୍ସା ପଦ୍ଧତି ମାଧ୍ୟମରେ ରୋଗୀଙ୍କ ଜୀବନରକ୍ଷା ପ୍ରାୟତଃ ସମ୍ଭବ ହୋଇଥାଏ । ମସ୍ତିଷ୍କରେ କାହିଁକି ଟ୍ୟୁମର ହୋଇଥାଏ ତାହାର କୌଣସି ସ୍ପଷ୍ଟ କାରଣ ଜଣାପଡୁନଥିଲେ ବି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରାୟତଃ ବ୍ରେନ୍‍ ଟ୍ୟୁମରରେ ଆକ୍ରାନ୍ତ ହେବାର ନଜିର୍‍ ରହିଛି । ଟ୍ୟୁମର୍‍ର ଅବସ୍ଥିତି ଯୋଗୁଁ ବ୍ରେନ୍‍ରେ ଚାପ ଆଶାତୀତ ଭାବେ ବୃଦ୍ଧି ପାଇଥାଏ । ମନୁଷ୍ୟର ଲଗାତାର ମୁଣ୍ଡବିନ୍ଧା, ବାନ୍ତି, ଦୃଷ୍ଟିଶକ୍ତି ସମସ୍ୟା, କାନକୁ କମ୍‍ ଶୁଣାଯିବା, ମାନସିକ ଅସ୍ଥିରତା ବ୍ରେନ୍‍ ଟ୍ୟୁମର୍‍ର ଏକ ପ୍ରମୁଖ କାରଣ ହୋଇଥିଲା ବେଳେ ବ୍ରେନ୍‍ ଟ୍ୟୁମର୍‍ ଲକ୍ଷ୍ୟଣ ଦେଖାଦେବା ମାତ୍ରେ କାଳବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ରୋଗକୁ ପ୍ରତିହତ କରାଯାଇପାରିବ । ବିଶ୍ୱ ବ୍ରେନ୍‍ ଟ୍ୟୁମର୍‍ ଦିବସ ଅବସରରେ ଆସିକା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର (ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର)ର ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ଯେ ବ୍ରେନ୍‍ ଟ୍ୟୁମର୍‍ରେ ପୀଡିତ ରୋଗୀ ଏବଂ ସେମାନଙ୍କ ପରିବାରବର୍ଗଙ୍କୁ ଆବଶ୍ୟକୀୟ ସାହସ ଓ ଧୈର୍ଯ୍ୟ ଏବଂ ସେବା ଯୋଗାଇଦେବା ସାଙ୍ଗକୁ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଓ ଅସ୍ତ୍ରୋପଚାର ଏବଂ ନୂତନ ଔଷଧ ଅନୁସନ୍ଧାନ ପାଇଁ ଚାଲିଥିବା ଗବେଷଣାକୁ ସମର୍ଥନ କରିବା ସାଙ୍ଗକୁ ମନରୁ ଭୟ ଦୂର କରି ଚିକିତ୍ସା ଜାରି ରଖିବା ସାଙ୍ଗକୁ ସ୍ୱାସ୍ଥ୍ୟର ସୁସ୍ଥତାକୁ ସର୍ବାଧିକ ଅଗ୍ରାଧିକାର ଦେଇ ନିଜର ଜୀବନ ଶୈଳୀକୁ ସ୍ୱାସ୍ଥ୍ୟ ଅନୁକୂଳ ରଖିବା ପାଇଁ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ପରାମର୍ଶ ଦେଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ