ସ୍ୱତନ୍ତ୍ର ସଘନ ସଂଶୋଧନ ସଂକ୍ରାନ୍ତୀୟ ମାର୍ଗଦର୍ଶନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ଓଡିଶା-୨୦୨୬ ପ୍ରକ୍ରିୟାକୁ ସଫଳ ଓ ସ୍ୱଚ୍ଛତାର ସହ ସଂପନ୍ନ କରିବା ପାଇଁ ରବିବାର ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଥ୍ସ୍ତରୀୟ ଅଧିକାରୀ ମାନଙ୍କ ଏକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଆସିକା ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ବିଏଲ୍ଓ ସୁପରଭାଇଜର ଶିବଶଙ୍କର ଜେନା ପ୍ରମୁଖ ଯୋଗଦେଇ ଗତ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ସ୍ୱଚ୍ଛତାର ସହ ନିର୍ଭୁଲ ଭାବେ ସଂପାଦନ କରାଯିବ ତାହାରି ଉପରେ ମାର୍ଗଦର୍ଶନ କରିଥିଲେ । ୧୮ ବର୍ଷ ବୟସ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ବୟସର ଯୁବ ଭୋଟରଙ୍କ ନାମ କିପରି ଶତ ପ୍ରତିଶତ ପଞ୍ଜିକୃତ କରାଯିବ ତାହାରି ଉପରେ ଆଲୋକପାତ କରିବା ସାଙ୍ଗକୁ ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍ କରିବା, ତୃଟିପୂର୍ଣ୍ଣ ନାମ ଓ ଠିକଣା ସଂଶୋଧନ ପାଇଁ ଆସୁଥିବା ଆବେଦନ ଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯାଞ୍ଚ କରିବା, ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବାକୁ ବିଏଲ୍ଓ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସ୍ୱତନ୍ତ୍ର ସଘନ ସଂଶୋଧନ ଓଡିଶା-୨୦୨୬ ର ଯୋଗ୍ୟତା ୨୦୨୬ ଜୁଲାଇ ମାସ ୧ ତାରିଖ ରହିଥିଲା ବେଳେ ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ଏହି ଏସ୍ଆଇଆର୍ କାର୍ଯ୍ୟକ୍ରମ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ବିଏଲ୍ଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ପୂରଣ ଓ ଯାଞ୍ଚ କାର୍ଯ୍ୟ ଯେପରି ସୁଚାରୂ ରୂପେ ସଂପାଦନ କରିବେ, ସଂଗ୍ରହ ହୋଇଥିବା ଫର୍ମ ଗୁଡିକୁ କିପରି ଅନ୍ଲାଇନ୍ରେ ବିଓଲ୍ଓ ଆପ୍ରେ ସଠିକ୍ ଭାବେ ଦାଖଲ କରିବେ ସେ ସଂକ୍ରାନ୍ତରେ ମାର୍ଗଦର୍ଶନ କରାଯାଇଥିଲା । ଏହି ମାର୍ଗଦର୍ଶନ କାର୍ଯ୍ୟକ୍ରମରେ ପଥରା, କୋଟିବାଡି, ଆଲିପୁର, କରାତଳି, ବାବନପୁର, ସାହାପୁର, ସନ୍ଧିନୁଆଁପଲ୍ଲୀ, କର୍ପୂରନୁଆଗାଁ, କେ.ନୁଆଁପଲ୍ଲୀ ଅଞ୍ଚଳର ବୁଥ୍ସ୍ତରୀୟ ଅଧିକାରୀ ମଂଜୁଳା କୁମାରୀ ମିଶ୍ର, ବିନତା ପାତ୍ର, ରମେଶ ଚନ୍ଦ୍ର ଚୌଧୁରୀ, ସୁରଭି ରାଣୀ ପଟ୍ଟନାୟକ, ସଙ୍ଗୀତା ସରିତା ସେଠୀ, ସ୍ୱର୍ଣ୍ଣଲତା ଗୌଡ, ପୁଷ୍ପାଞ୍ଜଳୀ ପ୍ରଧାନ, ବିଷ୍ଣୁପ୍ରିୟା ଜେନା, ଲଳିତା କୁମାରୀ ପଣ୍ଡା, ଶାନ୍ତିଲତା ସାହୁ, ଅନିତା କୁମାରୀ ପଣ୍ଡା, ହରିପ୍ରିୟା ଜେନା, ସୁଲତା ନାହାକ, ପ୍ରସନ୍ନ କୁମାର ଜେନା, ରଶ୍ମିରାଣୀ ଜଗଦଳା, ସ୍ୱେଚ୍ଛାସେବୀ ସନ୍ଧ୍ୟାରାଣୀ ନାୟକ, ସୁପ୍ରଭା ସାହୁ, ସଂଘମିତ୍ରା ମିଶ୍ର, ଧରମବୀର ପାତ୍ର, ଅଶ୍ୱିନୀ ନାୟକ, ବାଳକୃଷ୍ଣ ସେଠୀ, ସୁଦେଷ୍ଣା କୁମାରୀ ବେହେରା, ବଂଶୀଧର ସେଠୀ, ରଶ୍ମିତା କୁମାରୀ ବେହେରା, ମଧୁସ୍ମିତା ମାଝୀ, ଶିବାନୀ ପାତ୍ରଙ୍କ ସମେତ ବହୁ ବୁଥ୍ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲା ବେଳେ ବାବନପୁର କ୍ଳଷ୍ଟରର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧାମୋହନ ଡାକୁଆ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


