ବାଳକ ଓ ବାଳିକା ବକ୍ସିଂ ଦଳର ରାଉରକେଲା ଯାତ୍ରା
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଆସନ୍ତା 0୮/0୬/୨୦୨୬ ଓ 0୯/0୬/୨୦୨୬ ରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍ ଠାରେ ରାଜ୍ୟସ୍ତରୀୟ ୧୫ ବର୍ଷ ସବ୍ ଜୁନିଅର୍ ବାଲକ ଓ ବାଳିକା ବକ୍ସିଂ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଜିଲ୍ଲାସ୍ତରୀୟ ବକ୍ସିଂ ଦଳ ଚୟନ ହୋଇସାରିଛି। ଏହି ଦଳ ରେ ଗଞ୍ଜାମ ଜିଲ୍ଳାର ୧୩ ଜଣ ବାଲକ ଓ 0୭ ଜଣ ବାଳିକା ବକ୍ସର, କୋଚ୍, ମ୍ୟାନେଜର ଓ ରେଫରୀ ଜଜ୍ ଙ୍କୁ ମିଶାଇ ମୋଟ ୨୬ ଜଣିଆ ବକ୍ସିଂ ଦଳ ରାଉରକେଲା ଅଭିମୁଖେ 0୭/0୬/୨୦୨୬ ତାରିଖ ସନ୍ଧ୍ୟାରେ ରାଜ୍ୟରାଣୀ ଏକ୍ସପ୍ରେସ ଯୋଗେ ଯାତ୍ରା ଆରମ୍ଭ କଲେ ବୋଲି ଜି ଡି ଏ ଏ ର ବକ୍ସିଂ ସମ୍ପାଦକ କେ.ପ୍ରଭାକର ରାଓ ଏଵଂ ଜି ଡି ଏ ଏ ର ସଂପାଦକ ଜେ. କାମେଶ୍ୱର ରାଓ ଜଣାଇଛନ୍ତି। ୧୫ ବର୍ଷ ସବ୍ ଜୁନିଅର୍ ବାଲକ ବକ୍ସିଂ ଦଳରେ , ଏ . କୃଷ୍ଣ ୨. ଚନ୍ଦ୍ର ଶେଖର ବେହେରା, ଏମ. ଭେଙ୍କେଟ ରାଓ, ପ୍ରଭୁ ପ୍ରଶାଦ ପାଣିଗ୍ରାହି, ପ୍ରଶାନ୍ତ କାର୍ଜି, ତେଜା ସେଠି, ଏ . କ୍ରିଷ୍ଣ , ସିଏଚ .ଇଶ୍ୱର, ଅଶିମା ନାୟକ, ଯେ.ଶାଇ କରନ ଆଚ଼ାରି, ଅଭୟରାମ ଦାଶ, ଏମ .ମଣିକଣ୍ଠ, ଏମଡି .ସାଦେବ ଓ ୧୫ ବର୍ଷ ବାଳିକା ଦଲରେ ୧. ସାନଖି ଦାସ, ୱାଇ. ତାମେନା, ମାକି ବେହେରା, ଅନୁସ୍କା ନାୟକ, ପ୍ରଜ୍ଞା ମହାରଣା, ସୁଭଶ୍ରୀ ବେହେରା, ସ୍ନେହା ରାଣୀ ବେହେରା ଏବଂ କୋଚ୍ ମ୍ୟାନେଜର ଭାବେ ଏସ .ସାଇ ପ୍ରତାପ, ପ୍ରବୀଣ ସେଠୀ, ସଗ୍ରାମ ସାମଲ ଏବଂ ଶ୍ୟମା ମୁଖୀ ଯାତ୍ରା କରୁଛନ୍ତି। ଏତତ୍ ସମେତ ପୂର୍ବତନ ବକ୍ସର ଏଵଂ ରାଜ୍ୟ ରେଫରି ଜଜ୍ ସିବରାମ ପାତ୍ର, ବୁଲୁ ପାତ୍ର, ତଥା ଅନ୍ତର୍ଜାତୀୟ ରେଫରି ତଥା ସ୍ଥାନୀୟ କୋଚ୍ ଶିଶିର କୁମାର ପାଣିଗ୍ରାହୀ ଏହି ଦଳ ସହ ଯାତ୍ରା କରୁଛନ୍ତି। ଏହି ଦଳ ବ୍ରହ୍ମପୁରସ୍ଥିତ ମହାତ୍ମାଗାନ୍ଧୀ ଷ୍ଟାଡିୟମ୍ ଠାରେ ବକ୍ସିଂ ଅଭ୍ୟାସ କରୁଥିଲେ ତଥା ଭଲ ଖେଳ ପ୍ରଦର୍ଶନ କରିବେ ବୋଲି କେ. ପ୍ରଭାକର ରାଓ, ଲଡୁ କିଶୋର ସାହୁ, ବାବୁ ରାଓ, ଅବିନାଶ ନାୟକ, ସୁମନ୍ ଦାସ୍, ମୁନା ଗୌଡ, ଅଜିତ ମୁଖି, ବିପିନି ଗୈ।ଡ, ସଞ୍ଜାୟ ଗୌଡ଼, ଅକ୍ଷୟ ପଟ୍ଟନାୟକ, ପ୍ରସାନ୍ତ କୁମାର ପାଣିଗ୍ରାହୀ, ସଞ୍ଜୀବ ସାହୁ, କାଜଲ କୁମାର ସାହୁ, ସିତା ଜେନା, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର , ଜି ଡି ଏ ଏ ବହୁ ସଦସ୍ଯ ଓ କ୍ରୀଡ଼ାପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି।


