ସୀମା ନିର୍ଦ୍ଧାରଣ ପରେ ସଠିକ ରିପୋର୍ଟ ପ୍ରଦାନ ନକରାଯିବା ପ୍ରତିବାଦରେ ଜିଲ୍ଲାପାଳଙ୍କୁ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଆଳି ତହସିଲ ପକ୍ଷରୁ ଆର.ଆଇଙ୍କ ଦ୍ୱାରା ଜମିର ସୀମା ନିର୍ଦ୍ଧାରଣ ପରେ ସଠିକ ରିପୋର୍ଟ ପ୍ରଦାନ କରାନଯିବାରୁ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହୋଇପାରୁନଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଆଳି ତହସିଲ ଅଧିନ ଦଶିପୁର ଗ୍ରାମର ସ୍ୱର୍ଗତ ହରେକୃଷ୍ଣ ଦାଶଙ୍କ ପୁଅ ବିବେକାନନ୍ଦ ଦାଶ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରରେ କରିଥିବା ଅଭିଯୋଗ ଅନୁଯାୟି ରାଜକନିକା ଥାନାର ଫଇସଲା କ୍ରମେ ଦଶିପୁର ଶ୍ରୀଚୈତନ୍ୟ ମହାପ୍ରଭୁ ମାର୍ଫତ ବିବେକାନନ୍ଦ ଦାଶ ଓଗେରଙ୍କ ନାମରେ ଦଶିପୁର ମୈାଜାର ଥିବା ଖାତା ନମ୍ବର- ୫୦୭, ପ୍ଲଟ ନମ୍ବର-୧୨୧୨, ଏରିଆ ଏ୦.୦୭ ଡିସିମିଲ ଜମିର ସୀମା ନିର୍ଦ୍ଧାରଣ ନିମନ୍ତେ ଅଭିଯୋଗକାରୀ ଶ୍ରୀ ଦାଶ ଆଳି ତହସିଲରେ ଆବେଦନ କରିଥିଲେ। ସେହି ଅନୁଯାୟୀ ଆଳି ତହସିଲ ପକ୍ଷରୁ ଗତ ତା୧୮.୦୫.୨୦୨୬ ରିଖରେ ଜମି ମାପ କରାଯିବାକୁ ଡିସି ନମ୍ବର- ୧୫୭/୨୬ରେ ତାଙ୍କୁ ନୋଟିସ କରାଯାଇଥିଲା। ଏହାସହିତ ଉକ୍ତଦିନ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ଆଳି ତହସିଲର ଅମୀନଙ୍କ ଦ୍ୱାରା ଉକ୍ତ ଜମିର ସୀମା ସଠିକ ଭାବରେ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଅମୀନ ତାଙ୍କ ଜମି ମାପ ରିପୋର୍ଟ ସଠିକ ଭାବରେ ପ୍ରଦାନ ନକରି ସମ୍ପୂର୍ଣ୍ଣ ଭୁଲ ରିପୋର୍ଟ ପ୍ରଦାନ କରିଥିବାରୁ ଶ୍ରୀ ଦାଶ ତାହାର ନକଲ ପାଇପାରୁନାହାନ୍ତି।ଫଳରେ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ। ଏସମ୍ପର୍କରେ ସେ ଆଳି ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାରେ ତହସିଲଦାର ତାଙ୍କୁ କମିଶନରଙ୍କ ପାଖକୁ ଯାଆନ୍ତୁ ବୋଲି କହିଲେ। ତେଣୁ ଶ୍ରୀ ଦାଶ ୬୮ବର୍ଷ ବୟସର ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ତାଙ୍କୁ ଜାଣିଶୁଣି ହଇରାଣ ହରକତ କରାଯାଉଥିବା ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହାର ଯଥାଶୀଘ୍ର ପ୍ରତିକାର ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ଜିଲ୍ଲାପାଳ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆଳି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ