ସୌରା, ସାନ୍ତାଳୀ ଭାଷାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଷ୍ଟିଫାନଙ୍କ ବିୟୋଗ

ପାରଳାଖେମୁଣ୍ଡି, 8/6 (ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲାର ସୌରା, ସାନ୍ତାଳୀ ଭାଷାର ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଷ୍ଟିଫାନଙ୍କ ବିୟୋଗରେ ଜିଲ୍ଲାର ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଏହି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ବାଇଝାଲ ଗ୍ରାମରେ ଜନ୍ମିତ ପ୍ରଖ୍ୟାତ କଣ୍ଠଶିଳ୍ପୀ ଷ୍ଟିଫେନ ରଇତଙ୍କ 46 ବର୍ଷ ବୟସରେ ଆଜି ସୋମବାର ବିୟୋଗ ଘଟିଛି. ଷ୍ଟିଫେନ ଓଡ଼ିଆ, ଆସାମୀ,ସୌରା, ସାନ୍ତାଳୀ, ହିନ୍ଦୀ ଭାଷାରେ ଗୀତଗାଈ ସାରା ଗଜପତି ଜିଲ୍ଲାରେ ସୁପରିଚିତ ଥିଲେ. ସେ କିଛିଦିନ ହେବ ଅସୁସ୍ଥ ଥିଲେ. ଗତକାଲି ରବିବାର ଅଧିକା ଅସୁସ୍ଥ ହୋଇଥିବାରୁ ଆଜି ସକାଳେ ତାଙ୍କୁ ପଡ଼ଶୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ଏକ ବଡ଼ ଧରଣର ଘରୋଇ ଡାକ୍ତରଖାନାକୁ ନେବା ସମୟରେ ଅଧା ରାସ୍ତାରେ ହିଁ ମୃତୁ ହୋଇଥିବା ଖବର ମିଳିଛି. ତାଙ୍କ ମୃତ୍ୟୁ ଖବର ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଏହି ଖବର ପାଇ ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ସାମ୍ବାଦିକ ତାରିଣୀ ପ୍ରସାଦ ପଣ୍ଡା, ଗରୁଡ ଧ୍ଵଜ ଚୌଧୁରୀ, ରଶ୍ମି ରଞ୍ଜନ ମିଶ୍ର, ସନ୍ତୋଷ ପଟ୍ଟନାୟକ, କୃଷ୍ଣ କୁମାର ବେହେରା , ଗଣେଶ କୁମାର ରାଜୁ, ଶିଶିର କୁମାର ଗୌଡ଼, ସରୋଜ ବୀର, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ