ଡକ୍ଟରେଟ୍ ଆୱାର୍ଡ ପାଇ ଧାମନଗର ମାଟିର ଗୌରବ ଆଣିଛନ୍ତି : ଶିକ୍ଷାବିତ୍ ଅବଦୁଲ ହାକିମ
ଧାମନଗର(ଓ୍ବାଇଏନଏସ): ଆମେରିକନ ମେରିତ କାଉନସିଲ ଆନୁକୂଲ୍ୟରେ କଟକ ଶତାବ୍ଦୀ ଭବନ ପରିସରରେ ଆୟୋଜିତ ଜ୍ଞାନଦାନ ହୋନୋରରୀ ଡକ୍ଟରେଟ୍ ଆୱାର୍ଡ ଫାଉଣ୍ଡେସନ ତରଫରୁ ହୁସନାରା ହାକିମ୍ ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠାତା ଶିକ୍ଷା ବିତ୍ ଶେଖ୍ ଅବଦୁଲ ହାକିମ(ଗୋରା ସାର୍)ଙ୍କୁ ମାନପତ୍ର,ଉପଢୌକନ ସହ ଏକ ଡକ୍ଟରେଟ୍ ଆୱାର୍ଡ ଉପାଧିରେ ବିଶିଷ୍ଟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ସହିତ ସମ୍ମାନ ସୂଚକ ଓ ଭୂଷିତ କରାଯାଇଛି। ଏହି ଡକ୍ଟରେଟ୍ ଆୱାର୍ଡ ପାଇ ଭଦ୍ରକ ଜିଲ୍ଲା ସହିତ ଧାମନଗର ମାଟିର ଗୌରବ ଓ ମହକକୁ ଦୁଇଗୁଣିତ ବୃଦ୍ଧି କରିଛନ୍ତି। ଖବର ପାଇବା ପରେ ଧାମନଗର ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ବନ୍ଧୁ ବାନ୍ଧବ,ଶୁଭେଚ୍ଛୁ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନର ଶୂଅ ଛୁଟିଛି। ଏମାଟିର ମହକ ସ୍ୱତନ୍ତ୍ରର ଅଲଗା କାରଣ ଭଦ୍ରକ ଜିଲ୍ଲାରୁ ଦୁଇ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏବେ ଏହି ଜିଲ୍ଲାରୁ ଭାରତୀୟ ଜନତା ପାର୍ଟିର ଲଗାତାର ଭାବେ ରାଜ୍ୟ ସଭାପତି ଭାର ଗ୍ରହଣ କରିଛନ୍ତି। ଧାମନଗର ହେଉଛି ସହିଦ ଓ ବଳିଦାନର ମାଟି ଭାରତ ଛାଡ଼ ଆନ୍ଦୋଳନରେ ୯ଜଣ ପ୍ରାଣ ହରାଇଛନ୍ତି। ତେବେ ପ୍ରକାଶ ଥାଉକି ଧାମନଗର ସହରାଞ୍ଚଳରେ ଥିବା ବହୁ ପୁରାତନ ଶିକ୍ଷାନୁଷ୍ଠାନ ମଦ୍ରାସା ଗୌସିୟା ରୌଫିୟାର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ତଥା ଶାନ୍ତି କମିଟିର ବରିଷ୍ଠ ସଦସ୍ୟ ଏବଂ ବରିଷ୍ଠ ନାଗରିକ ପରିଷଦର ଉପସଭାପତି ଶେଖ୍ ଅବଦୁଲ ହାକିମ (ଗୋରା ସାର୍)ଙ୍କୁ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉଲ୍ଳେଖନୀୟ ଅବଦାନକୁ ଦୃଷ୍ଟିରେ ରଖି ପୂର୍ବରୁ ଧାମନଗର ମହୋତ୍ସବ ସହିତ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ ହୋଇଛନ୍ତି। ତେବେ ସମ୍ମାନିତ ପ୍ରତିଭାକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିଥିବା ବେଳେ ହୁସନାରା ହାକିମ୍ ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଡଃ ମହମ୍ମଦ ଅବଦୁଲ ମକିମ୍ ଏବଂ ହାକିମ ପରିବାର ବର୍ଗ ଜ୍ଞାନଦାନ ହୋନୋରରୀ ଡକ୍ଟରେଟ୍ ଆୱାର୍ଡ ଫାଉଣ୍ଡେସନ କର୍ମକର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।


