ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସୁଶାସନ ସମର୍ପିତ ୧୨ ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ପୂଜା ଓ ପ୍ରାର୍ଥନା
ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଅଗ୍ରାହରମ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌରୀଶଙ୍କର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେବା, ସୁଶାସନ ଓ ଗରିବ କଲ୍ୟାଣକୁ ସମର୍ପିତ ୧୨ ବର୍ଷ ପୂର୍ତ୍ତି ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ “ସଂକଳ୍ପରୁ ସିଦ୍ଧି” କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ରାଷ୍ଟ୍ରସେବାରେ ଅବ୍ୟାହତ ସଫଳତା କାମନା ନିମନ୍ତେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ସହିତ ଶହ ଶହ ନେତା ଓ କର୍ମୀ ମାନେ ଦୀପ ଲଗାଇ ସ୍ୱତନ୍ତ୍ର ପୂଜା ଓ ପ୍ରାର୍ଥନା କରିଥିଲେ l ଦେଶର ସର୍ବାଧିକ ସମୟ ଧରି ଜନକଲ୍ୟାଣ ପାଇଁ ନିରନ୍ତର ଭାବେ ସମର୍ପିତ ପ୍ରଧାନମନ୍ତ୍ରୀ ଭାବରେ ଶ୍ରୀ ମୋଦୀ ଜୀଙ୍କ ୪,୩୯୯ ଦିନର ଐତିହାସିକ ଯାତ୍ରାକୁ ସ୍ମରଣ କରାଯିବା ସହ ତାଙ୍କର ଦୂରଦର୍ଶୀ ନେତୃତ୍ୱରେ ବିକଶିତ ଭାରତ ଗଠନର ସଂକଳ୍ପକୁ ଆହୁରି ସମର୍ଥନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସାଧାରଣ ସମ୍ପାଦକ ପଦ୍ମ ଚରଣ ସାହୁ, ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ବସନ୍ତ କୁମାର ବେହେରା, କଣମଣା ମଣ୍ଡଳ ସଭାପତି ଏନ. ଦିନବନ୍ଧୁ,ପି . ରାମବାବୁ, କେ. ଦାଶରଧି, କେ. ଏଲେୟା, ସମ୍ପଦ ନାହାକ, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ, ଚୈତନ୍ୟ ପ୍ରଧାନ, ରାଜେନ୍ଦ୍ର ପଲାଇ, ସରପଞ୍ଚ ରବୀନ୍ଦ୍ର ରାଉଳ, ସଂଜିତ କୁମାର ରାଉଳ, ଗୌରୀ ଶଙ୍କର ନାହାକ, ଡି. ସୁରେଶ ରେଡ୍ଡୀ, ବନୋଜ ନାହାକଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଛାମୁଆ ଏବଂ ଆଗଧାଡ଼ିର ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ l


