ସେନ୍ସେକ୍ସ ୧୭୭ପଏଣ୍ଟରେ ବନ୍ଦ
ମୁମ୍ବାଇ, (ଏଜେନ୍ସି): ଶୁକ୍ରବାର ଶେୟାର ବଜାର କାରବାର ବୃଦ୍ଧିରେ ବନ୍ଦ ହୋଇଛି । ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇର ୩୧ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ସେନ୍ସେକ୍ସ ୧୭୭.୫୧ ପଏଣ୍ଟ ସହିତ ୩୮,୮୬୨.୨୩ ପଏଣ୍ଟରେ ଓ ଏନ୍ଏସ୍ଇର ୫୦ଟି ଶେୟାର ଯୁକ୍ତ ପ୍ରମୁଖ ଇଣ୍ଡେକ୍ସ ନିଫ୍ଟି ୬୭.୯୫ ପଏଣ୍ଟ ତଥା ବୃଦ୍ଧିରେ ୧୧,୬୬୫.୯୫ ପଏଣ୍ଟରେ ବନ୍ଦ ହୋଇଛି । ସେନ୍ସେକ୍ସର କମ୍ପାନୀଗୁଡ଼ିକ ମଧ୍ୟରେ ସର୍ବାଧିକ ୩.୧୭% ହ୍ରାସ୍ ଘଟିଛି । ବିଏସ୍ଇର ମିଡ଼୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ରେ ମଧ୍ୟ ବୃଦ୍ଧି ଉଲ୍ଲେଖ କରାଯାଇଛି ।


