ବିପଦ ସାଜିବାରେ ଲାଗିଛି ବ୍ଳୁଟୁଥ୍‍! ଯୁବପିଢୀଙ୍କ କ୍ଷେତ୍ରରେ ବଢୁଛି କାନଜନିତ ସମସ୍ୟା

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବିଗତ କିଛି ମାସ ହେଲା ଦେଖିବାକୁ ମିଳୁଛି କାନଜନିତ ସମସ୍ୟା । ସହରର କେତେକ ଔଷଧ ଦୋକାନୀଙ୍କ ଠାରୁ ଆରମ୍ଭ କରି ଡାକ୍ତରଖାନା ଓ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କାନଜନିତ ସମସ୍ୟାର ସମ୍ମୁଖୀନ ହୋଇ ବହୁ ଯୁବପିଢୀ ଚିକିତ୍ସା ପାଇଁ ଆସୁଥିବା ଆଲୋଚିତ ହେଉଛି । କାନଜନିତ ସମସ୍ୟାର ପ୍ରତିକାର ପାଇଁ ବହୁ ଯୁବପିଢୀ କର୍ଣ୍ଣ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଉଥିବା ଜଣାପଡିଛି । ଅତ୍ୟାଧୁନିକ ବିଦ୍ୟୁତ ଉପକରଣ ଠାରୁ ଆରମ୍ଭ କରି ବ୍ଳୁଟୁଥ୍‍ ହିଁ କାନଜନିତ ସମସ୍ୟାର ମୁଖ୍ୟ କାରଣ ପାଲଟିଥିବା ବେଳେ ଏଭଳି ସାମଗ୍ରୀକୁ ଯଥାସମ୍ଭବ କମ୍‍ ବ୍ୟବହାର କରିବାକୁ ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ଭାଗବତ୍‍ ପ୍ରସାଦ ବିଷୋୟୀ ଯୁବପିଢୀଙ୍କୁ ପରାମର୍ଶ ଦେଉଛନ୍ତି । ସଂପ୍ରତି ବ୍ଳୁଟୁଥ୍‍, ଇଅର ଫୋନ୍‍ ଓ ହେଡ୍‍ ଫୋନ ବ୍ୟବହାର କରିବା କେତେକ ôଯୁବପିଢୀଙ୍କ କ୍ଷେତ୍ରରେ ଏକ ଫ୍ୟାସନ୍‍ ପାଲଟିଯାଇଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଯୁବପିଢୀଙ୍କ କ୍ଷେତ୍ରରେ ବ୍ଳୁଟୁଥ୍‍ ବ୍ୟବହାର ଦିନକୁ ଦିନ ଏଭଳି ମାତ୍ରାରେ ବଢିବାରେ ଲାଗିଛି ଯେ ମୋଟର ସାଇକେଲ୍‍ କିମ୍ବା ବାଇକ୍‍ ଚଳାଇବା ବେଳେ ବି ଏହି ଯନ୍ତ୍ରଟି କାନରେ ଲାଗିରହୁଛି । ଗାଡି ଚଳାଇବା ବେଳେ ବହୁ ଯୁବପିଢୀ ଏହି ବ୍ଳୁଟୁଥ୍‍ ମାଧ୍ୟମରେ କଥାବାର୍ତ୍ତା ହୋଇ ଗାଡିଚାଳନା କରୁଥିବା ବେଳେ ଅନ୍ୟ କେତେକ ଯୁôବବର୍ଗ ଗୀତ ଶୁଣିବା ପାଇଁ ବି ଏହାର ବ୍ୟବହାର କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ତେବେ କାନରେ ଲାଗୁଥିବା ଏହି ବ୍ଳୁଟୁଥ୍‍ର କୁପ୍ରଭାବ ସ୍ୱାସ୍ଥ୍ୟ ଉପରେ କିପରି ପଡୁଛି ତାହା ଜାଣିବା ପାଇଁ ପ୍ରାୟତଃ କାହାରି ପାଖରେ ସମୟ ନଥାଏ । ମାତ୍ରାଧିକ ବ୍ଳୁଟୁଥ୍‍ ବ୍ୟବହାର କରିବା ଫଳରେ ଶ୍ରବଣଜନିତ ସମସ୍ୟା ଦେଖାଦେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି । ଏଥିିରୁ ନିବୃତ ନରହିଲେ ଆଗାମୀ ଦିନରେ ବହୁ ଯୁବପିଢୀ ଶ୍ରବଣଜନିତ ସମସ୍ୟାକୁ ନେଇ ଏକ ବଡ ବିପଦର ସମ୍ମୁଖୀନ ହେବା ସମ୍ଭାବନାକୁ ଏଡାଇ ହେବ ନାହିଁ ବୋଲି ମତ ପ୍ରକାଶ ପାଉଛି । ହେଡ୍‍ଫୋନ୍‍ ନିର୍ମାଣକାରୀ କମ୍ପାନୀ ବ୍ଳୁଟୁଥ୍‍, ଇଅର୍‍ ଫୋନ୍‍, ହେଡ୍‍ ଫୋନ୍‍ ନିର୍ମାଣ କରିବା ସମୟରେ ଯୁବପିଢୀଙ୍କ ଶ୍ରବଣ ଶକ୍ତି ଯେପରି ପ୍ରଭାବିତ ନହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଯୁବପିଢୀ ଏହି ବ୍ଳୁଟୁଥ୍‍, ଇଅର୍‍ ଫୋନ୍‍, ହେଡ୍‍ ଫୋନ୍‍ ବ୍ୟବହାର କରି ଶ୍ରବଣଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ ଖାଉଥିବା ମଧ୍ୟ ଚର୍ଚ୍ଚା ହେଉଛି । କାନରେ ଯନ୍ତ୍ରଣା ହେବା, ଶୁଣିବାରେ ଅସୁବିଧା ସୃଷ୍ଟି ହେବା ଆଦି ନାନା କାନ ଜନିତ ସମସ୍ୟାକୁ ନେଇ ବହୁ ଯୁବପିଢୀ ସୁସ୍ଥ ହେବା ଲାଗି ଡାକ୍ତରଙ୍କ ପରାମର୍ଶ ନେଉଥିବା ଜଣାପଡିଛି । ମୋବାଇଲ୍‍ ବ୍ଳୁଟୁଥ୍‍, ଇଅର୍‍ ଫୋନ ଓ ହେଡ୍‍ ଫୋନ୍‍ରୁ ଉଚ୍ଚ ଶବ୍ଦରେ ଶୁଣିବା ଯୋଗୁଁ କାନଜନିତ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗୁରୁତ୍ୱପୂଣ୍ଣଜ୍ଞ କଥା ହେଲା ଏଥିରେ ପ୍ରଭାବିତ ହେଉଥିବା ଲୋକଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ୪୦ ବର୍ଷରୁ କମ୍‍ ବୟସର ଯୁବପିଢୀ । ଆସିକା ହାଟପଦା ସ୍ଥିତ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ କେନ୍ଦ୍ରର ଡାତ୍ତର ଶ୍ରୀ ଭାଗବତ୍‍ ପ୍ରସାଦ ବିଷୋୟୀ ପରାମର୍ଶ ଦେଇ କହିଛନ୍ତି ବ୍ଳୁଟୁଥ୍‍ ଓ ଇଅର୍‍ ଫୋନ୍‍ ନିୟମିତ ବ୍ୟବହାର କରିବା ଦ୍ୱାରା ଶ୍ରବଣଜନିତ ସମସ୍ୟା ସହ ମସ୍ତିଷ୍କକୁ ମଧ୍ୟ କ୍ଷତି ପହଞ୍ଚାଇବାର ସମ୍ଭାବନା ଥାଏ ତେଣୁ ଯୁବପିଢୀ ଯଥାସମ୍ଭବ ବ୍ଳୁଟୁଥ୍‍, ଇଅର୍‍ ଫୋନ୍‍, ହେଡ୍‍ ଫୋନ୍‍ କମ୍‍ ବ୍ୟବହାର କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ