ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଫାଇନାଲରେ ଗୋକର୍ଣ୍ଣପୁର ଟିମ୍
ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଗୋଲଣ୍ଡା ଗ୍ରାମ ଖେଳପଡିଆ ରେ ବୃନ୍ଦାବନ ଚନ୍ଦ୍ର ସ୍ପୋର୍ଟିଙ୍ଗ କ୍ଳବ ପକ୍ଷରୁ ସ୍ବର୍ଗତ କୃଷ୍ଣଚନ୍ଦ୍ର ଏବଂ ସାନ୍ତୁନୁ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋକର୍ଣ୍ଣପୁର ଗ୍ରାମ କ୍ରିକେଟ ଟିମ୍ ବିପକ୍ଷ ସୁନାଥର ଗ୍ରାମ କ୍ରିକେଟ ଟିମ୍ କୁ ମାତ୍ର ୫ ରନ ବ୍ୟବଧାନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ସେମିଫାଇନାଲ ମ୍ୟାଚରେ ଗୋକର୍ଣ୍ଣପୁର ଟିମ୍ ନିର୍ଦ୍ଧାରିତ ୧୨ ଓଭରରେ ୧୨୮ ରନ୍ ହାସଲ କରିଥିଲା । ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ସୁନାଥର ଗ୍ରାମ କ୍ରିକେଟ ଟିମ୍ ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରି ସମସ୍ତ ୱିକେଟ ହରାଇ ୧୨୩ ରନ କରି ପରାଜିତ ହୋଇଥିଲା । ସାମାଜିକ କର୍ମୀ ପ୍ରଶାନ୍ତ ଗୈାଡ ଏବଂ ଅରୁଣ ପାଣିଗ୍ରାହୀ ଅତିଥି ଭାବେ ଯୋଗ ଦେଇ ଗୋକର୍ଣ୍ଣପୁର ଟିମ୍ ପକ୍ଷରୁ ଧୁଆଁଧାର ବ୍ୟାଟିଂ ଓ ବୋଲିଂ କରିଥିବା ଖେଳାଳି ବ୍ରଜ କୁମାର ଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜକ ତଥା ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ , ସାମାଜିକ କର୍ମୀ ରଞ୍ଜନ କୁମାର ପାଣିଗ୍ରାହୀ , ଦୁର୍ଗାପ୍ରସାଦ ଗୌଡ଼ ଙ୍କ ସମେତ ରୁନା ଗୌଡ଼ ସୁମନ ସାହୁ , ଲୋକନାଥ କର , ଭୈରବ ଚନ୍ଦ୍ର କର , ଭଗବାନ ମହାପାତ୍ର , ରାଜାରାଓ ଆଚାରୀ , ବୃନ୍ଦାବନ ଗୌଡ଼ , ପଞ୍ଚାନନ ସାହୁ , ଶିବାନନ୍ଦ ପାଣିଗ୍ରାହୀ , ଜୟସେନ ପାଣିଗ୍ରାହୀ , ପିଣ୍ଟୁ ଆଚାରୀ , ସନ୍ତୋଷ କୁମାର ସାହୁ , ତୋଫାନ ଆଚାରୀ , ରାଜେଶ ଗୌଡ଼ , ବଳରାମ ଗୈାଡ ଓ କ୍ଳବର ସମସ୍ତ ସଦସ୍ୟ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ


