ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଯାତ୍ରୀବାହୀ ଅଟୋ, ୫ ଆହତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳି ଥାନା ସିକିରି – ଖରିଡା ମଧ୍ୟବର୍ତ୍ତୀ ରାସ୍ତାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଅଟୋ ବିଦ୍ୟୁତ୍ ଖୁଣ୍ଟ ସହ ଧକ୍କା ଘଟିଛି। ଦୂର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି।‌ ଆହତ ମାନେ ହେଲେ ହିଞ୍ଜିଳି ଥାନା ଗିରିଆ ଗ୍ରାମର ଲବ ସେଠି (୧୫), କବିସୂର୍ଯ୍ୟନଗର ଥାନା ମୋରାବାଇ ଗ୍ରାମର ସବିତା ସ୍ବାଇଁ (୪୨), ଉଲ୍ଲୀ ସ୍ବାଇଁ(୫୫) ଓ ଝାଡବାଇ ଗ୍ରାମର ରଙ୍କ ରାଉଳ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଲବଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଖବର ପାଇ ହିଞ୍ଜିଳି ପୁଲିସ ଡାକ୍ତରଖାନାରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଛି। ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି। ପ୍ରକାଶ ଯେ, ଗୁରୁବାର ଅପରାହ୍ନରେ ହିଞ୍ଜିଳିକାଟୁ ଠାରୁ ଏକ ଯାତ୍ରୀବାହୀ ଅଟୋ ୧୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ କବିସୂର୍ଯ୍ୟନଗର ଥାନା ମୋଡାବାଇ ଅଭିମୁଖେ ଯାଉଥିଲା। ସିକିରି – ଖରିଡା ମଧ୍ୟବର୍ତ୍ତୀ ରାସ୍ତାରେ ଚାଳକ ଭାରସାମ୍ୟ ହରାଇ ରାସ୍ବା ପ୍ୱାର୍ଶ୍ବରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା। ଦୂର୍ଘଟଣାରେ ୫ ଜଣ ଆହତ ହେବା ସହ ଅଟୋଟି କ୍ଷତିଗ୍ରସ୍ତ ହେବା ସହ ସିମେଣ୍ଟ ବିଦ୍ୟୁତ୍ ଖୁଣ୍ଟଟି ଭାଙ୍ଗି ପଡିଛି। ଦୂର୍ଘଟଣା ପରେ ଘଟଣା ସ୍ଥଳରୁ ଚାଳକ ଫେରାର ହୋଇଯାଇଥିଲେ। ସଂପୃକ୍ତ ଅଟୋ ମାଲିକ ବିଦ୍ୟୁତ୍ ଖୁଣ୍ଟ ବାବଦକୁ କ୍ଷତିପୂରଣ ରାଶି ପ୍ରଦାନ ନ କଲେ ଅଟୋ ମାଲିକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯିବ ବୋଲି ଟିପିଏସଓଡିଏଲ ହିଞ୍ଜିଳିକାଟୁ ଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇ°. ସୁନିଲ କୁମାର ସ୍ବାଇଁ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ