ସରପଞ୍ଚ ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ପ୍ରତିବାଦ ସଭା
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବେତାଳିଗାଁ ବଜାରଠାରେ ପାଳାସାହି ଗ୍ରାମପଞ୍ଚାୟତ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ରାପଡା ଜିଲ୍ଲାମହାକାଳପଡା ବ୍ଲକ ଅନ୍ତର୍ଗତ ଟିଖିରି ଗ୍ରାମପଞ୍ଚାୟତର ମହିଳା ଯୁବ ସରପଞ୍ଚ ଚାମେଲି ଓଝାଙ୍କ ସହ ଘଟିଥିବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଏହି ପ୍ରତିବାଦ ସଭାରେ ଵହୁ ସଂଖ୍ୟାରେ ରାଜନୈତିକ ବ୍ୟକ୍ତି ଓ ସମାଜିକ କର୍ମୀ, ବୁଦ୍ଧିଜୀବୀ ଯୋଗ ଦେଇ ସରକାରଙ୍କ ଏପରି ଅରାଜକତା ଓ ଏକଛତ୍ରବାଦ ଶାସନ ଭଳି ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧିଙ୍କୁ ପୋଲିସ ଲଗାଇ ଯେଉଁଭଳି ଭାବେ ଅକଥନିୟ ଅତ୍ୟାଚାର କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଲଜ୍ଜାଜନକ ଘଟଣା। ଏହି ପ୍ରତିବାଦ ସଭାରେ ରାଜ୍ୟ ସରକାର ଓ ପୋଲିସ ପ୍ରଶାସନ ବିରୋଧରେ କ୍ଷୋଭ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ନିରପେକ୍ଷ ତଦନ୍ତ ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ଯଦି ଦୋଷୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସତର୍କ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ରଇପୁର ପଞ୍ଚାୟତର ସରପଞ୍ଚ ଜଗଦାନନ୍ଦ ସେଠୀ,ପାଳାସାହି ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଅନିଲ ଦାସ,କଂଗ୍ରେସର ପୂର୍ଵତନ ବ୍ଲକ ସଭାପତି ରମେଶ ବେହେରା, ସିପିଏମ ନେତା ଚନ୍ଦ୍ରଶେଖର ନାୟକ,ମୁକ୍ତିକାନ୍ତ ନାୟକ, ମାର୍କଣ୍ଡ ଜେନା ଅମର କୁମାର ସାହୁ,ସୁଶାନ୍ତ ମଲ୍ଲିକ,କୈଳାସ ବାରିକ,ଆଲୋକ ରାଉତ,ଅଚ୍ୟୁତାନନ୍ଦ ବେହେରା, ବିଜୟ ସୂତାର,କୁଳମଣି ମଲ୍ଲିକ,ପ୍ରକାଶ ନାୟକ ପ୍ରମୁଖଙ୍କ ସମେତ ବହୁ ସର୍ବଦଳୀୟ ନେତା ଯୋଗ ଦେଇ ରଙ୍ଗ ବଦଳା ସରକାରଙ୍କ ଉପରେ ବାର୍ଷିଥିଲେ।


