ଦ୍ଵିତୀୟ ଦିବସରେ ତୈଳିକ ସମାଜ ବାର୍ଷିକ ସମ୍ମିଳନୀ

ଚିକିଟି (ଓ୍ବାଇଏନଏସ): ଚିକିଟି,ଖେମୁଣ୍ଡି  ତୈଳିକ ସମାଜ ବାର୍ଷିକ ସମ୍ମିଳନୀ ଦ୍ଵିତୀୟ ଦିନ ରେ ପହଞ୍ଚି କୁଳ ଗଙ୍ଗା ନିକଟରେ ବିଭୁ ପ୍ରାର୍ଥନା ପୂର୍ବକ ଗ୍ରାମ୍ୟ ଓ ଆଞ୍ଚଳିକ ପରିଷଦ ର ସଭାପତି ମାନେ ନିଜ ନିଜ ଅଞ୍ଚଳ ର ସମସ୍ୟା ସମ୍ପର୍କ ରେ ଅବଗତ କରେଇଛନ୍ତି.ସାଧାରଣ ବୈଠକ ରେ ମୁଖ୍ୟ ଅତିଥି ରୂପେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଦୀପା କୁମାରୀ ସାହୁ ଯୋଗ ଦେଇଥିବା ବେଳେ କ୍ରମନ୍ୱୟ ରେ ପାଣ୍ଡିରୀ ଆଞ୍ଚଳିକ ସଭାପତି ଦଣ୍ଡ ସାହୁ,କେନ୍ଦ୍ରୀୟ ସଂଗଠନ ସମ୍ପାଦକ ନୀଳମଣି ସାହୁ,କେନ୍ଦ୍ରୀୟ ଉପ ସଭାପତି ପ୍ରଶାନ୍ତ କୁମାର ସାହୁ ପ୍ରଥମ ରୁ ତୃତୀୟ ଉପବିଧି ଅଧ୍ୟାୟ ପଠନ କରିଥିଲେ.ମହୁରୀ ମଣ୍ଡଳ,ଘୁମୁସର,ନିଖିଳ ଓଡିଶା,କେଳାଗୋବିନ୍ଦପୁର ଓ ଅନ୍ୟାନ୍ୟ ଅଞ୍ଚଳ ର ସଭାପତି ଓ ସମ୍ପାଦକ ମାନେ ଉପସ୍ଥିତ ରହି ଜାତି ର ଏକତା ନେଇ ନିଜ ନିଜ ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ.ଦ୍ଵିତୀୟ ପର୍ଯ୍ୟାୟ ରେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା,ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜାତିପ୍ରଥା ସମ୍ପର୍କ ମୂଲ୍ୟବାନ ତଥ୍ୟ ଉପସ୍ଥାପନା କରିଥିଲେ. ମୁଖ୍ୟବକ୍ତା ରୂପେ ଅଧ୍ୟାପକ ଡ଼ଃ.କୈଳାଶ ଚନ୍ଦ୍ର ସ୍ୱାଇଁ ପରିବାର.ଜାତି ଓ ସମାଜ ଜନ ହିତ ରେ ସମାଜ ସଂସ୍କାର ମୂଳକ ଆଲୋଚନା ଓ ଆଧ୍ୟାତ୍ମିକ ପ୍ରବଚନ ରେ ବହୁ ମୂଲ୍ୟ ବକ୍ତବ୍ୟ ରଖିଥିଲେ.ତତ ସଙ୍ଗେ ସଙ୍ଗେ ଯୁକ୍ତ ତିନି ଓ ପିଜି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା ସହ ଆର୍ଥିକ ଅନଗ୍ରସର ବର୍ଗ ର ଛାତ୍ର,ଛାତ୍ରୀ ଙ୍କୁ ପାଠ୍ୟ ଉପକରଣ ଦେଇ ଉତ୍ସଆହିତ କରାଯାଇଥିଲା.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ