ସର୍ପାଘାତରେ ମହିଳା ମୃତ
ହାଟଡିହି (ଓ୍ବାଇଏନଏସ): ବିଷାକ୍ତ ସାପ କାମୁଡାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଘର ନିକଟରେ ଗୋରୁଙ୍କ ପାଇଁ ବାଡ଼ିରେ ଥିବା ନଡ଼ାଗଦାରୁ ନଡ଼ା ସଂଗ୍ରହ କରୁଥିବା ସମୟରେ ବିଷାକ୍ତ ସାପ କାମୁଡି ଦେଇଥିଲା । ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଡ଼ିମିରିଆ ଗାଁରେ ଫକିର ପ୍ରଧାନଙ୍କ ପତ୍ନୀ ପାର୍ବତୀ ପ୍ରଧାନ (୮୧) ଆଜି ସକାଳୁ ଗୁହାଳ ସଫା କରିବା ପରେ ଗୋରୁଙ୍କ ପାଇଁ ବାଡ଼ିରେ ଥିବା ନଡ଼ାଗଦାରୁ ନଡ଼ା ଆଣୁଥିବା ସମୟରେ ଅଜାଣତରେ ତାଙ୍କ ହାତକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଶାଳନିଆ ମେଡିକାଲ ନେବା ପରେ ଅବସ୍ଥା ଗୁରୁତର ହେବାରୁ ଆନନ୍ଦପୁର ମେଡିକାଲ ନେଇ ଆସିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।


