ମା’ କାଳୁଆ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବାଲିଘାଇ ଗ୍ରାମ କ୍ରିକେଟ ଟିମ୍ ଚମ୍ପିୟାନ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ଖେଳପଡିଆ ଠାରେ ଚାଲିଥିବା ମା’ କାଳୁଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚରେ ବାଲିଘାଇ ଗ୍ରାମ କ୍ରିକେଟ ଟିମ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୧୧ ରନ୍ ହାସଲ କରିଥିବା ବେଳେ ବିପକ୍ଷ ପାଳଝାଡି ଗ୍ରାମ କ୍ରିକେଟ ଟିମ୍ ସମସ୍ତ ୱିକେଟ ହରାଇ ୧୦୨ ରନ୍ କରି ପରାଜିତ ହୋଇଥିଲା । ଟୁର୍ନାମେଣ୍ଟ ଉଦଯାପନୀ ସମାରୋହରେ ଖମାରିଗାଁ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୈାଡ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ କିର୍ତ୍ତୀଚନ୍ଦ୍ର ଗୈାଡ , ସମିତି ସଭ୍ୟ ଭାବିନ୍ଦ୍ର ଗୈାଡ , ସାମାଜିକ କର୍ମୀ ସନାତନ ଗୈାଡ , ସଞ୍ଜୟ ପଣ୍ଡା , ଦୁର୍ଗାପ୍ରସାଦ ପଣ୍ଡା , ତାରିଣୀ ଚରଣ ପଣ୍ଡା , ନାଏବ ସରପଞ୍ଚ ଶରତ ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚମ୍ପିୟାନ ଏବଂ ରନର୍ସ ଅପ୍ ଟିମ୍ ଖେଳାଳି ମାନଙ୍କୁ ପୁରସ୍କାର ସ୍ୱରୂପ ସିଲ୍ଡ,ଟ୍ରଫି ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟ ର ମ୍ୟାନ ଅଫ୍ ଦି ସିରିଜ୍ ଭାବେ ମନୋଜ ଦଳାଇ ଏବଂ ଫାଇନାଲ ମ୍ୟାଚର ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଉମାଶଙ୍କର ଗୈାଡ ଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସନାତନ ଗୈାଡ ଓ ସୁଶୀଲ ସେଠୀ ଫାଇନାଲ ମ୍ୟାଚ ରେ ଆମ୍ପୟରିଂ କରିଥିବା ବେଳେ ରାଜେଶ ଗୈାଡ , ସିଲୁ ଗୈାଡ , କୈଳାସ ଚନ୍ଦ୍ର ସାହୁ , ପବିତ୍ର ସେଠୀ , ସୁଶୀଲ ସେଠୀ , ସଚିନ ଗୈାଡ , ଦିଲିପ ବେହେରା , ପ୍ରତାପ ସେଠୀ , ହରପ୍ରସାଦ ସେଠୀ ଙ୍କ ସମେତ ଟୁର୍ଣ୍ଣାମେଣ୍ଟ ଆୟୋଜକ ମା’ କାଳୁଆ କ୍ରିକେଟ କ୍ଳବର ସଦସ୍ୟ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।


