ଏୟାରଟେଲ୍ର ଡିଜିଟାଲ କଣ୍ଟେଟ୍ ସୃଙ୍ଖଳା ଏୟାରଟେଲ୍ ବୁକ୍ସ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ଅଗ୍ରଣୀ ଟେଲିକମ୍ୟୁନିକେସନ୍ ସେବା ପ୍ରଦାନକାରୀ କମ୍ପାନୀ, ଭାରତୀ ଏୟାରଟେଲ୍ ପକ୍ଷରୁ ଏକ ନୂଆ ଆପ୍, ଏୟାରଟେଲ୍ ବୁକ୍ସର ଶୁଭାରମ୍ଭ କରାଯାଇଛି । ଉକ୍ତ ସେବା ଏବଂ ଏହାର ଲୋକପ୍ରିୟ ଅଫରିଂ ଯେପରିକି ୱିଙ୍କ ମ୍ୟୁଜିକ୍ ଏବଂ ଏୟାରଟେଲ୍ ଟିଭି ସହିତ କମ୍ପାନୀ ଏକ ଦୃତ ଅଭିବୃଦ୍ଧିଶୀଳ ଡିଜିଟାଲ କଣ୍ଟେଟ ସୃଙ୍ଖଳା ହୋଇପାରିଛି । ଏୟାରଟେଲ ପକ୍ଷରୁ କେତେକ ଲୋକପ୍ରିୟ ପ୍ରକାଶନ ସଂସ୍ଥା ଏବଂ ଯୁଗାରନଟର ଇବୁକ୍ କ୍ୟାଟଲଗ୍ ପାଇଁ ସହବନ୍ଧିତା କରାଯାଇଛି । ଉଭୟ ଏୟାରଟେଲ୍ ଏବଂ ଅଣ ଏୟାରଟେଲ ଗ୍ରାହକଙ୍କ ପାଇଁ ଆଇଓଏସ୍ ଏବଂ ଆଣ୍ଡ୍ରଏଡ଼ରେ ଉକ୍ତ ଆପ୍ ଉପଲବ୍ଧ । ପ୍ରାଥମିକ ଭାବେ ଏୟାରଟେଲ ବୁକ୍ସ ପକ୍ଷରୁ ୭୦,୦୦୦ରୁ ଊଦ୍ଧ୍ୱର୍ ଅଗ୍ରଣୀ ଭାରତୀୟ ଏବଂ ଆନ୍ତର୍ଜାତୀକ ଲେଖକଙ୍କର ଲ୍ଖୋକୁ ଉପଲବ୍ଧ କରାଇବା ବ୍ୟବସ୍ଥା ରହିଛି, ଯେଉଁଥିରେ ରଜତ ଗୁପ୍ତାଙ୍କର “ମାଇଁଣ୍ଡ ୱିଥ୍ ଆଉଟ ଫିୟର’ହେଉଛି ଉକ୍ତ କଲେକ୍ସନର ଏକ ଆକର୍ଷଣୀୟ ଅଂଶ । ସମସ୍ତ ଏୟାରଟେଲ୍ ବୁକ୍ସ ଉପଭୋକ୍ତାଙ୍କୁ ୩୦ ଦିନର ଟ୍ରାଏଲ ଅନୁଭୂତି ପାଇଁ ଉକ୍ତ ଆପ ପ୍ରଦାନ କରାଯିବ, ଯାହାକି ସମ୍ପୂର୍ଣ୍ଣ ମାଗଣା । ଏୟାରଟେଲ୍ ବୁକର ଏକ ଗ୍ରାହକ ସେବା, ରିଡ଼ର୍ସ କ୍ଲବ୍ ରହିଛି, ଯେଉଁଥିରେ ୬ ମାସର ବ୍ୟବହାର ପାଇଁ ମାତ୍ର ୧୨୯ ଟଙ୍କା ଏବଂ ୧୨ ମାସ ବ୍ୟବହାର ପାଇଁ ମାତ୍ର ୧୯୯ ଟଙ୍କା ଦେବାକୁ ହୋଇଥାଏ । ଗ୍ରାହକମାନେ ଆହୁରୀ ମଧ୍ୟ ଗୋଟିଏ ଗୋଟିଏ ବହି ଭିତ୍ତିରେ ମଧ୍ୟ ଖୁବ୍ କମ୍ ମୂଲ୍ୟରେ ଏହାକୁ କ୍ରୟ କରିପାରିବେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ