ରଜ ମହୋତ୍ସବ ପାଳିତ

ଛତ୍ରପୁର (ଓ୍ବାଇଏନଏସ) : ରଜ ମାନେ ଆନନ୍ଦ, ଉଲ୍ଲାସ ଓ ଓଡ଼ିଆ ପରମ୍ପରାର ମହକ। ସାଧାରଣତଃ ଯୁବପିଢ଼ିଙ୍କ ମଧ୍ୟରେ ରଜର ଉତ୍ସାହ ଦେଖିବାକୁ ମିଳୁଥିବା ବେଳେ ଗଞ୍ଜାମ ଜିଲ୍ଲା ଛତ୍ରପୁର ରେ ବରିଷ୍ଠ ନାଗରିକମାନେ ମଧ୍ୟ ଉତ୍ସାହର ସହ ପାଳନ କରିଛନ୍ତି ରଜ ମହୋତ୍ସବ। ବୟସର ଅପରାହ୍ନରେ ମଧ୍ୟ ମନର ଯୌବନକୁ ସାଥୀ କରି ଗୀତ, ନାଚ, ଝୁଲା ଓ ପିଠାପଣାରେ ମସଗୁଲ ହୋଇଥିଲେ ସେମାନେ। ଛତ୍ରପୁରର  ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ଛତ୍ରପୁର ସ୍ଥିତ ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦେବାଶିଷ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଧୂମଧାମ ରେ ପାଳନ କରାଯାଇଛି l ପୁରୁଣା ଦିନର ରଜ ସ୍ମୃତିକୁ ମନେ ପକାଇ ପରସ୍ପର ସହ ଖୁସି ବାଣ୍ଟିଛନ୍ତି ବରିଷ୍ଠ ନାଗରିକ ମାନେ l ପାରମ୍ପରିକ ପିଠାପଣାର ଆସର ସାଙ୍ଗକୁ ରଜ ପାନ, ଲଡ଼ୁ ଓ ମିଠା ର ସ୍ୱାଦ ନେବା ସହ ରଜର ପରମ୍ପରାକୁ ଜୀବନ୍ତ ରଖିବାର ବାର୍ତ୍ତା ଦେଇଥିଲେ ବରିଷ୍ଠ ନାଗରିକ। ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ  ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ସହ ପାରମ୍ପରିକ ପୋଡ଼ପିଠା ଓ ରଜ ପାନ ଖୁଆଇବା ସହିତ ନିଜେ ଖାଇ ଉପଭୋଗ କରିଥିଲେ l  ଏହାଦ୍ୱାରା ଆମ ସଂସ୍କୃତି, ପରମ୍ପରା ଓ ଗୁରୁଜନଙ୍କ ପ୍ରତି ସମ୍ମାନର ଏହି ସୁନ୍ଦର ମିଳନ ଉତ୍ସବ ସମାଜରେ ଆତ୍ମୀୟତା ଓ ସାମାଜିକ ସଦ୍ଭାବନାକୁ ଆହୁରି ସୁଦୃଢ଼ କରିବ ବୋଲି ବିଧାୟକ କହିଥିଲେ ।   ସମ୍ମାନିତ ଅତିଥି ଭାବେ ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ଛତ୍ରପୁର ଶାଖାର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସମ୍ପାଦକ ସୋମନାଥ ସାହୁ, ଉପ ସଭାପତି ତଥା ସୃଜନ ସାହିତ୍ୟ ସଂସଦ ର ସଭାପତି ପ୍ରଶାନ୍ତ କୁମାର ଶତପଥି, ଶିକ୍ଷାବିତ ରିତା ରଥ, ଓଡିଶା ସାମ୍ବାଦିକ ସଙ୍ଘର ଗଞ୍ଜାମ ଜିଲ୍ଲା ଉପ ସଭାପତି ପ୍ରଶାନ୍ତ କୁମାର ମହାରଣା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ବଦଳୁଥିବା ସମୟରେ ରଜର ପାରମ୍ପରିକ ରୂପ ଧୀରେ ଧୀରେ ହଜିଯାଉଥିବା ବେଳେ, ବରିଷ୍ଠ ନାଗରିକଙ୍କ ଏଭଳି ଆୟୋଜନ ନୂଆ ପିଢ଼ି ପାଇଁ ପ୍ରେରଣା ସାଜିଛି ବୋଲି କହିବା ସହ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରୁଟେବୁଲ ଟ୍ରଷ୍ଟ ଏଭଳି ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇଥିଲେ l ଏହା ସହିତ ବରିଷ୍ଠ ନାଗରିକ ମାନଙ୍କୁ ପୋଡ଼ ପିଠା ବଣ୍ଟନ କରିଥିଲେ l ପରମ୍ପରାକୁ ବଞ୍ଚାଇ ରଖିବା ସହ ସମାଜରେ ସୌହାର୍ଦ୍ଦ ଓ ଭାତୃତ୍ୱର ବାର୍ତ୍ତା ପ୍ରଦାନ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ରଜ ପିଠା ଓ ରଜ ପାନ ର ମଜା ନେଇଥିଲେ l ଏହି ଅବସରରେ ରଜ ଉତ୍ସବ କୁ ନେଇ କବିତା ଆସର ମଧ୍ୟ ଜମିଥିଲା l ସୃଜନ ସାହିତ୍ୟ ସଂସଦର ସଭାପତି ପ୍ରଶାନ୍ତ ଶତପଥୀ ସ୍ୱାଗତ ଭାସଣ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ପ୍ରଶାନ୍ତ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟ ର ମୁଖ୍ୟ ଦେବାଶିଷ ମିଶ୍ର, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଛତ୍ରପୁର ପ୍ରେସ କ୍ଳବ ସଭାପତି ସରୋଜ କୁମାର ସାମଲ, ସନ୍ତୋଷ କୁମାର ସାହୁ, ସୁଜୟ ଧଳ, ଭଗବାନ ଦାଶ, ଜିତେନ୍ଦ୍ର ନାୟକ ପରିଚାଳନା ରେ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ