ଏଚ୍ ଏଚ୍ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବୃଦ୍ଧା ଆଶ୍ରମରେ ଫଳ, ବିସ୍କୁଟ ସହ ପାଣି ବଣ୍ଟନ

ଧାମନଗର (ଓ୍ବାଇଏନଏସ):  ଧାମନଗର ଏନ୍ ଏ ସି ଅନ୍ତର୍ଗତ ୧୦ନମ୍ବର ଅୱାର୍ଡ ଅଧିନ ଦକ୍ଷିଣବାଡ଼ ଗ୍ରାମ ନିକଟସ୍ଥ ଜିଲ୍ଲା ଜରା ନିବାସ ପରିସରରେ ବୃଦ୍ଧ,ବୃଦ୍ଧା,ଭିନ୍ନକ୍ଷମ ଓ ଅନ୍ତେବାସୀ ମାନେ ଆଶ୍ରୟ ନେଇ ରହୁଛନ୍ତି। ଓଡ଼ିଶାର ଗଣପର୍ବ ତଥା ଐତିହ୍ୟବାହୀ ସାଂସ୍କୃତିକ ମହୋତ୍ସବ “ରଜ”ଉପଲକ୍ଷେ  ରବିବାର ଦିନ ୧୦ଟା ସମୟରେ ଏଚ୍ ଏଚ୍ ଚାରିଟେବୁଲ ଟ୍ରଷ୍ଟ ତରଫରୁ ତଥା ଅବସରପ୍ରାପ୍ତ ଶିକ୍ଷକ ସମାଜସେବୀ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ ପ୍ରତିଭା ସେକ ଅବଦୁଲ୍ ହାକିମ(ଗୋରା ସାର୍)ଙ୍କ ତତ୍ତ୍ଵାବଧାନରେ ବୃଦ୍ଧା ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ଫଳ ଓ ବିସ୍କୁଟ ସହ ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଧାମନଗର ବରିଷ୍ଠ ନାଗରିକ ପରିଷଦ ସଭାପତି ଅନିଲ କୁମାର ବାରିକଙ୍କ ସଂଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବାସୁଦେବ ତ୍ରିପାଠୀ,ପରିଷଦର ସାଧାରଣ ସମ୍ପାଦକ ଶଚ୍ଚିକାନ୍ତ ପଣ୍ଡା,କୋଷାଧ୍ୟକ୍ଷ ନୁରସିଂହ ନାୟକ,ସଦସ୍ୟ ଗୋଲାମ ଜିଲାନି ହବିବି,ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସେଠୀ,ମନୋଜ କୁମାର ସିଂହ,ବିଶିଷ୍ଟ ସମାଜସେବୀ ଏମଡି ଫଜଲେ ବାରି,ଏମଡି ତାଜୁଦ୍ଦିନ,ସାମ୍ବାଦିକ ସେକ ଜାଫର ଅଲ୍ଲୀ ସମ୍ମାନିତ,ରଞ୍ଜିତ ଯେନା,ପ୍ରଭାକର ବାରିକ,ଅଜିତ ରାଉଳ,ଫିରୋଜ ଶାହା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଜୁକେସନାଲ ଆଣ୍ଡ୍ ଚାରିଟେବୁଲ ଟ୍ରଷ୍ଟର କର୍ମକର୍ତ୍ତା ଏବଂ ଶୁଭେଚ୍ଛୁ ସତ୍ୟରଞ୍ଜନ ପ୍ରଧାନ,ସେକ ମାମା,ମୀର ଆଜାଦ,ରମେଶ ଚନ୍ଦ୍ର ଯେନା,ସେକ ରମଜାନି ଓ ଅନ୍ୟ ବନ୍ଧୁ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସମାଜର ଗରିବ ଲୋକମାନଙ୍କ ମୁହଁରେ ହସ ଫୁଟାଇବାର ଏହା ଏକ ନିଆରା ପ୍ରୟାସ। ଏଇଭଳି କାର୍ଯ୍ୟକ୍ରମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଶେଷରେ ବରିଷ୍ଠ ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ