ଚୌଦ୍ୱାରରେ ଆଗକୁ ବଢୁନି ପ୍ରକଳ୍ପ କାମ; ଅଧାରେ ପଡିଛି ସରକାରୀ ପ୍ରକଳ୍ପ କାମ
କଟକ, (ଓ୍ବାଇଏନଏସ): ଚୌଦ୍ବାର ସହରର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ହୋଇଥିଲା। ସେଥିମଧ୍ୟରୁ କିଛି କାମ ସରିଥିଲେ ମଧ୍ୟ ଅନ୍ୟ କିଛି ପ୍ରକଳ୍ପ ଆରମ୍ଭ ହେବାର ୧୨ବର୍ଷ ବିତିଯାଇଥିଲେ ବି କାମ ଶେଷ ହୋଇନାହିଁ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବ ସରକାର ବିରୂପା ନଦୀର ଅଂଶ ମାଗୁରା ଠାରେ ପାର୍କ ଓ ନୌକା ବିହାର ପ୍ରକଳ୍ପ କାମ ଆରମ୍ଭ କରିଥିଲେ। କାମକୁ ଓଟିଡିସି ହାତକୁ ନେଇ ୧କୋଟି ୬୫ଲକ୍ଷ ବ୍ୟୟରେ କାର୍ଯ୍ୟ କରୁଛି। ଦୀର୍ଘ ବର୍ଷ ହେବ ଏହି ପ୍ରକଳ୍ପ ସହିତ ମିନି ଷ୍ଟାଡିୟମ କାମ ଶେଷ ହୋଇନାହିଁ। ଏହାସହିତ ବିଭିନ୍ନ ୱାର୍ଡରେ ୬ରୁ ଅଧିକ ଶୌଚାଳୟ ନିର୍ମାଣ କାମ ଆରମ୍ଭ ହୋଇ ଅଧାରେ ପଡି ରହିଛି। ତେବେ ଏନେଇ ପୌର ନିର୍ବାହୀ ଅଧିକାରୀ କହିଛନ୍ତି ଏସବୁ ପ୍ରକଳ୍ପ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ।


