ତାଲୁକ ଆଇନ ସେବା କମିଟି ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଓ୍ବାଇଏନଏସ): ପ୍ରତିବର୍ଷ ଜୁନ୍ ୧୫ ତାରିଖରେ ବିଶ୍ୱ ବୃଦ୍ଧ ନିର୍ଯ୍ୟାତନା ସଚେତନତା ଦିବସ ପାଳନ କରାଯାଏ। ଏନେଇ ଛତ୍ରପୁର ତାଲୁକ ଆଇନ ସେବା କମିଟି ସ୍ଥାନୀୟ ପବ୍ଲିକ ସ୍କୁଲ ପରିସର ରେ ବରିଷ୍ଠ ନାଗରିକ ମାନଙ୍କୁ ନେଇ ସବଜଜ ପୂଜା ଦେ ଙ୍କ ଅଧ୍ୟକ୍ଷତା ରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଏସଡିଜେଏମ ବିଷ୍ଣୁ ପ୍ରିୟା ସାମନ୍ତରାୟ, ଛତ୍ରପୁର ସିନିଅର ସିଟିଜେନ ଫୋରମର ସେକ୍ରେଟାରୀ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ତାଲୁକ ଆଇନ ସେବା କମିଟି ର ସଦସ୍ୟ ମନୋଜ କୁମାର ପାଢ଼ୀ ଓ ସୁରଜିତ ସାମନ୍ତରାୟ, ସରକାରୀ ଓକିଲ ପ୍ରଦୀପ କୁମାର ପାଢ଼ୀ ଓ ବ୍ରଜ ମୋହନ ଆଚାର୍ଯ୍ୟ ଯୋଗଦେଇ ବରିଷ୍ଠ ନାଗରିକ ଙ୍କୁ ବୃଦ୍ଧାବସ୍ଥାରେ ପରିବାର ଓ ସମାଜରେ ସେମାନଙ୍କୁ ସମ୍ମାନ ଏବଂ ନ୍ୟାୟ ପ୍ରଦାନ କରିବା ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ବୃଦ୍ଧାବସ୍ଥାରେ ବରିଷ୍ଠ ନାଗରିକଙ୍କ ପ୍ରତି ହେଉଥିବା ଅବହେଳା, ଶାରୀରିକ ଓ ମାନସିକ ନିର୍ଯାତନା ବିରୋଧରେ ସଚେତନ କରିବା ଏବଂ ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟ ରେ ସରକାରୀ ଓକିଲ ପି. ଧର୍ମା ରେଡ୍ଡୀ, ମୋହନ ରେଡ୍ଡୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଇନଜୀବୀ ଡ଼ଃ ପ୍ରଶାନ୍ତ କୁମାର ଶତପଥି, ଅବସର ପ୍ରାପ୍ତ ଓଏଏସ ଅଫିସର ବିଶ୍ୱେମ୍ବର ରଥ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ l ଶେଷରେ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l


