ବିକାଶ ପରିଷଦ ସାମର୍ଥ ଓଡିଶାର କାର୍ଯ୍ୟକାରିଣୀ ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ସ୍ଥାନୀୟ ବ୍ଲକ ଅନ୍ତର୍ଗତ କାଳିଆବାଲି ଛକ ପ୍ରଧାନ କଂପ୍ଲେକ୍ସ ସଭା ଗୃହ ରେ ସମାଜ ବିକାଶ ପରିଷଦ ସାମର୍ଥ ଓଡିଶା ର କାର୍ଯ୍ୟକାରିଣୀ ବୈଠକ ସଂସ୍ଥାପକ ସଭାପତି ଡ଼. ଦୁର୍ଯ୍ୟୋଧନ ପ୍ରଧାନ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଷେତ୍ରୀୟ ସମାଜରୁ ଇ. ଅଜିତ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ର ସାମଗ୍ରିକ ବିକାଶରେ ଶିକ୍ଷା, ସ୍ୱାସ୍ଥ୍ୟ ର ଉନ୍ନତି ଦିଗରେ ମତ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଉଁଟିଆ ସମାଜ ଜିଲ୍ଲା ଜିଲ୍ଲା ସମ୍ପାଦକ ଗୁରୁନାଥ ପ୍ରଧାନ ବକ୍ତବ୍ୟରେ ତଳ ସ୍ତରରେ ଥିବା ଲୋକ ସାମାଜିକ ଶୋଷଣରୁ ମୁକ୍ତି କିପରି ପାଇବ ମାନବ ସମାଜ ଇତିହାସ ଓ ଆଦିମ କାଳରୁ ଶୋଷଣ ରହିଛି ବର୍ତମାନ ଏଥିରୁ ମୁକ୍ତି ପାଇଁ ଐକ୍ୟବଦ୍ଧ ସଂଗ୍ରାମ ର ଆବଶ୍ୟକ ବୋଲି କହିଥିଲେ। ଓବିସି ଗୌଡ଼ ସମାଜରୁ ନବୀନ ଗୌଡ଼, ସାଉଁଟିଆ ସମାଜରୁ ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ସମିତି ସଭ୍ୟ ଭାଗିରଥି ପ୍ରଧାନ, ସାଉଁଟିଆ ସମାଜ ରାଜ୍ୟ ରୁ ବନମାଳୀ ପ୍ରଧାନ, ନରସିଂହ ପ୍ରଧାନ, ଅପନା ପ୍ରଧାନ,ସାଉଁଟିଆ ସମାଜ ମାଟିଖାଲ ମଣ୍ଡଳ ସଭାପତି କୁମାର ପ୍ରଧାନ, ଏ .ତୋଟାପଲ୍ଲୀ ମଣ୍ଡଳ ସଭାପତି ଅନନ୍ତ ପ୍ରଧାନ, ବିଷୁପ୍ରଧାନ, ଦାସ ପ୍ରଧାନ ନିଜ ନିଜ ମତ ରଖି ଥିଲେ । ଏହା ୨୦୧୮ ମସିହା ଠାରୁ ଆରମ୍ଭ ହୋଇ କାର୍ଯ୍ୟକ୍ରମ ୭ଟି ଜିଲ୍ଲା ରେ ନୂଆପଡା, କୋରାପୁଟ,କଳାହାଣ୍ଡି,କଟକ,ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜାରି ରହିଛି । ଏହା ସହିତ ୧୫ଜଣିଆ ପରିଷଦ ସଦସ୍ୟ ଗଞ୍ଜାମ ଜିଲ୍ଲା ଚୟନ ହୋଇଥିଲା। ଶେଷରେ ଡ଼. ଦୁର୍ଯ୍ୟୋଧନ ପ୍ରଧାନ ସଂଗଠନ ର ଲକ୍ଷ୍ୟ, ଭବିଷ୍ୟତ କାର୍ଯ୍ୟକ୍ରମ ଉପରେ ଆଗାମୀ ଦିନରେ ପରିବେଶ କୁ ସୁସ୍ଥ ରଖିବା ପାଇଁ ବୃକ୍ଷ ରୋପଣ ଓ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିବା ପାଇଁ ମାର୍ଗଦର୍ଶନ କରିଥିଲେ |ଶେଷରେ ଅପନା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏନେଇ ଡ଼ଃ ଦୁର୍ଯ୍ୟୋଧନ ପ୍ରଧାନ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦେଇଛନ୍ତି।


