ବ୍ୟବସାୟୀ କୈଳାସ ଚନ୍ଦ୍ର ସାହୁଙ୍କ ଅକାଳ ବିୟୋଗ

ନାଉଗାଁ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ କୋକିଢିଅ ଗ୍ରାମର ବରିଷ୍ଠ ବ୍ୟବସାୟୀ କୈଳାସ ଚନ୍ଦ୍ର ସାହୁ (ଚେଲା) ଙ୍କ ୫୮ ବର୍ଷ ବୟସରେ ଅକାଳ ବିୟୋଗ ଘଟିଛି। ଏହି ଦୁଃଖଦ ସମ୍ବାଦ ପ୍ରସାର ପରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ନାଉଗାଁ ବଜାରରେ ଦୀର୍ଘ ବର୍ଷ ହେବ ବ୍ୟବସାୟୀ କରିଆସୁଥିଲେ। ତାଙ୍କ ସରଳ ବ୍ୟବହାର ଓ ସମାଜ ପ୍ରତି ନିଷ୍ଠା ତାଙ୍କୁ ସମସ୍ତଙ୍କ ମନରେ ସ୍ଥାନ ଦେଇଥିଲା। ତାଙ୍କ ବିୟୋଗରେ ନାଉଗାଁ ବଜାର କମିଟି ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଅଶୋକ ମହାନ୍ତି, ସମ୍ପାଦକ ଜଗନ୍ନାଥ ଦାସଙ୍କ ସହ ପ୍ରଭୁ ଦାସ, ଅଲେଖ ସାହୁ ମନୋଜ ନାୟକ, ଅନୁ ନାୟକ ନବଘନ ଲେଙ୍କା ଓ ଲଳିତ ସାହାଣୀ ପ୍ରମୁଖ ଉପସ୍ଥିତ ରହି ମୃତାତ୍ମାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ। ତାଙ୍କ ସ୍ମୃତିରେ ନାଉଗାଁ ହାଟକୁ ଏକ ବେଳା ପାଇଁ ବନ୍ଦ ରଖାଯାଇଥିଲା। ପ୍ରକାଶ ଥାଉକି ପୂର୍ବରୁ ତାଙ୍କ ପୁତ୍ରଙ୍କ ଦେହାନ୍ତ ଘଟିଥିଲା, ଯାହା ତାଙ୍କ ଜୀବନରେ ଗଭୀର ବ୍ୟଥା ସୃଷ୍ଟି କରିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ