ହାଇକୋର୍ଟରେ ପହଞ୍ଚିଲା ସରପଞ୍ଚ ଚାମେଲି ଓଝା ମାମଲା: ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି

କଟକ(ଓ୍ବାଇଏନଏସ) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ମିଥ୍ୟା ଅଭିଯୋଗରେ ଗିରଫ ଓ ଥାନାରେ ପ୍ରାଣାନ୍ତକ ଆକ୍ରମଣ ଘଟଣାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ ବୋଲି ଦର୍ଶଯାଇଛି। ଏହି ଜନସ୍ୱାର୍ଥ ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡ଼ିଜି, କେନ୍ଦ୍ରାପଡ଼ା ଏସପି ଓ ଆଇଆଇସି, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହା ପୂର୍ବରୁ ସରପଞ୍ଚ ଚାମେଲି ଓଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଦୁର୍ବ୍ୟବହାର ଓ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଓଡ଼ିଆରେ ସେ ଏହି ଚିଠି ଳେଖିଛନ୍ତି। ତ୍ୱରିତ ହସ୍ତକ୍ଷେପ ଓ ନ୍ୟାୟ ଦାବି କରିଛନ୍ତି। ପୂର୍ବରୁ ହସ୍ତକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ବହୁ ବାଦବିବାଦରେ ଚାମେଲିଙ୍କୁ ଗତକାଲି ସ୍ଥାନୀୟ ଏସ୍‌ଡିଜେଏମ୍‌ କୋର୍ଟରୁ ଜାମିନ ମିଳିଛି। ସୂଚନାଯୋଗ୍ୟ, ଗତକାଲି ଚାମେଲିଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍‌ଡିଜେଏମ୍ କୋର୍ଟ। ମହାକାଳପଡ଼ା ପୁଲିସ୍‌ ଏସଆଇ ଓ ହୋମଗାର୍ଡଙ୍କୁ ଆକ୍ରମଣ ଅଭିଯୋଗରେ ଚାମେଲିଙ୍କୁ ଜାମିନ୍ ମିଳିଛି। ଏବେ ବି କେନ୍ଦ୍ରାପଡ଼ା ମେଡିକାଲ୍‌ରେ ଚିକିତ୍ସାଧୀନ ଅଛନ୍ତି ଚାମେଲି। ଗତକାଲି ମହାକାଳପଡ଼ା ପୁଲିସ୍ ଚାମେଲି ଓ ତାଙ୍କ ଭାଇଙ୍କ ଫୋନ୍ ତାଙ୍କ ବାପାଙ୍କୁ ଫେରାଇ ଦେଇଛି। ସେପଟେ ଚାମେଲିଙ୍କ ଏତଲା ଆଧାରରେ ଜଣଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନଥିବା ଚାମେଲି ଅଭିଯୋଗ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ