ପୂର୍ବତନ ମନ୍ତ୍ରୀଙ୍କ ଇଙ୍ଗିତରେ ଚାମେଲି ନାମରେ ହୋଇଥିଲା ୮ ମାମଲା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚାମେଲି ଓଝାଙ୍କୁ ନେଇ ଏବେ ବିଜେଡି ନେତାମାନେ କୁମ୍ଭୀର କାନ୍ଦଣା କାନ୍ତୁଛନ୍ତି। ବିଜେଡି ନେତାମାନେ ରାତି ଅଧିଆ ଚାମେଲିଙ୍କୁ ଦେଖା କରିବା ପାଇଁ ମେଡିକାଲ ଧାଉଁଛନ୍ତି। ହେଲେ ଦିନ ଥିଲା ଏହି ଚାମେଲି ବିଜେଡି ପାଇଁ କାଳ ସର୍ପ ପାଲଟିଥିଲା। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ସେ ଭୟଙ୍କର ଥିଲା। ତାଙ୍କ ପାଇଁ ଅତନୁଙ୍କ ନିଦ ହଜି ଯାଉଥିଲା। କାରଣ ବିଜେଡି ନେତାମାନଙ୍କୁ ଫେବର ଦେଇ ତାହାର ଭିଡିଓ ରେକର୍ଡିଂ କରାଇ ଦେଉଥିଲା ଚାମେଲି। ସରକାରୀ କାମରୁ ମୋଟା ଅଙ୍କର ପିସି ଚାହୁଁଥିଲା। ତା ମନ ମୁତାବକ ଟଙ୍କା ନ ମିଳିଲେ ସେ କାମ କରାଇ ଦେଉ ନଥିଲା। ଏଥିସହ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବ ବୋଲି ଧମକ ଦେଉଥିଲା। ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ବାଚନମଣ୍ଡଳୀରେ ତାଙ୍କୁ ସବୁଠାରୁ ଅଧିକ ହଇରାଣ କରିଥିଲା ଚାମେଲି। ତେଣୁ ଚାମେଲିଙ୍କୁ ପଞ୍ଚାୟତ ନିର୍ବାଚନରେ ହରାଇବା ପାଇଁ ଅତନୁ ସବୁ ପ୍ରକାରର ବନ୍ଦୋବସ୍ତ କରିଥିଲେ। ଅତନୁଙ୍କ ଇଙ୍ଗିତରେ ମାର୍ଶାଘାଇ ଥାନାରେ ଚାମେଲିଙ୍କ ନାମରେ ୮ଟି ମାମଲା ରୁଜୁ ହୋଇଥିଲା। ଏବେ କିନ୍ତୁ ଅତନୁ ଚାମେଲିଙ୍କୁ ୧୦ ଲକ୍ଷ ଟଙ୍କା ଦେଇ ନିଜର ରାଜନୈତିକ ଗୋଟି(ପଲିଟିକାଲ ପନ) ବନାଇଛନ୍ତି। ବିଜେଡି ଶାସନ ଅମଳରେ ଅତନୁଙ୍କ ଇଙ୍ଗିତରେ ଚାମେଲିଙ୍କ ନାମରେ ଯେଉଁ ୮ଟି ମାମଲା ରୁଜୁ ହୋଇଥିଲା ସେସବୁ ଥିଲା ଅତ୍ୟନ୍ତ ସଙ୍ଗୀନ। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ ସଂପତ୍ତି ହରିଲୁଟ୍ କରିବା, ସରକାରୀ ସମ୍ପତ୍ତି ଚୋରି କରିବା, ଜୀବନରେ ମାରିଦେବାକୁ ଧମକ ଦେବା, ଦଙ୍ଗା ସୃଷ୍ଟି କରିବା, ସରକାରୀ ସମ୍ପତ୍ତିି ଭଙ୍ଗାରୁଜା କରିବା, ଡକାୟତି କରିବା ଭଳି ସଙ୍ଗୀନ ଦଫା ଲଗାଯାଇଥିଲା। ଏହି ସବୁ ମାମଲାର ଚାର୍ଜସିଟ୍ ହୋଇସାରିଛି। ବିଜେଡି ସରକାର ଅମଳରେ ଯେଉଁ ମାମଲାଗୁଡିକ ଦାୟର ହୋଇଥିଲା ସେଥିପାଇଁ ଚାମେଲି କିଛିଦିନ ପରେ କୋର୍ଟ ଦୌଡି ଦୌଡି ନିରାଶ ହେବେ। ସେହି ମାମଲାଗୁଡିକ ହେଉଛି ମାର୍ଶାଘାଇ ଥାନା କେଶ ନଂ. ୭୦/୨୦୧୬ ଆଇପିସିର ଦଫା ୧୪୩, ୧୪୭, ୨୯୪, ୪୨୭, ୪୪୮, ୩୯୫, ୪୦୩, ୧୪୯ ଓ ୩-ପିଡିପିପି ଆକ୍ଟ, ୭-ଏ କ୍ରିମିନାଲ ଆକ୍ଟ ରୁଜୁ ହୋଇଥିଲା। ଦ୍ୱିତୀୟ ମାମଲା ମାର୍ଶଘାଇ ଥାନା କେଶ ନଂ. ୧୫୨/୨୦୧୬ରେ ଆଇପିସିର ଦଫା ୪୨୭, ୫୦୬, ୩୭ ରୁଜୁ ହୋଇଥିଲା। ତୃତୀୟ ମାମଲା ମାର୍ଶଘାଇ ଥାନା କେଶ ନଂ. ୧୬୪/୨୦୨୧୬ରେ ଆଇପିସିର ଦଫା ୩୪୧, ୩୨୩, ୩୪୫(ଖ),୩୨୪, ୪୫୨, ୩୦୭, ୩୩୬, ୫୦୬ ଓ ୩୪ ରୁଜୁ ହୋଇଥିଲା। ଚତୁର୍ଥ ମାମଲା ମାର୍ଶାଘାଇ ଥାନା କେଶ ନଂ. ୧୯୦/୨୦୧୭ରେ ଆଇପିସିର ଧାରା ୧୪୩, ୩୪୧, ୩୨୩, ୩୫୩, ୨୯୪, ୧୮୬, ୫୦୬, ୧୪୯ ରୁଜୁ ହୋଇଥିଲା। ପଞ୍ଚମ ମାମଲା ମାର୍ଶାଘାଇ ଥାନା କେଶ ନଂ. ୧୧୬/୨୦୨୨ରେ ଆଇପିସିର ୪୪୮, ୨୯୪, ୩୪୧, ୩୮୪, ୩୨୩, ୩୫୪, ୩୫୪(ଖ), ୫୦୬, ୩୪, ଏସସିଏସଟି ଆକ୍ଟ ରୁଜୁ ହୋଇଥିଲା। ଷଷ୍ଠ ମାମଲା ମାର୍ଶାଘାଇ ଥାନା କେଶ ନଂ. ୫୦୨/୨୦୨୨ରେ ଆଇପିସିର ଧାରା ୩୪୧, ୩୨୩, ୨୯୪, ୩୭୯, ୫୦୬ ରୁଜୁ ହୋଇଥିଲା। ସପ୍ତମ ମାମଲା ମାର୍ଶାଘାଇ ଥାନା କେଶ ନଂ. ୪୨/୨୦୨୪ରେ ଆଇପିସି ଧାରା ୩୪୧, ୩୪୧, ୨୯୪, ୩୨୩, ୫୦୬ ଓ ୩୪ ରୁଜୁ ହୋଇଥିଲା। ଅଷ୍ଟମ ମାମଲା ମାର୍ଶାଘାଇ ଥାନା କେଶ ନଂ. ୫୧/୨୦୨୪ ଆଇପିସି ଧାରା ୩୪୧, ୩୪୨, ୨୯୪, ୩୨୩, ୫୦୬ ଓ ୩୪ ରୁଜୁ ହୋଇ ଚାର୍ଜସିଟ ହୋଇଯାଇଛି। ଏହି ମାମଲା ଗୁଡିକରେ ସଙ୍ଗୀନ ଦଫା ଗୁଡିକ ଲାଗିଥିଲା। ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ତିଖିରୀ ଗ୍ରାମପଞ୍ଚାୟତର ସମିତିସଭ୍ୟା ଅରୁଣା ରାଉତ, ବଡ଼କୂଳ ସରପଞ୍ଚ ପ୍ରଜ୍ଞା ପରମିତା କର ପ୍ରମୁଖ କହିଛନ୍ତି ଚାମେଲୀ ପାଇଁ ଏବେ ଅତନୁଙ୍କ ସମେତ ବହୁ ବିଜେଡି ନେତା କୁମ୍ଭୀର କାନ୍ଦଣା କାନ୍ତୁଛନ୍ତି। ହେଲେ ସେହି ଅତନୁଙ୍କ ଇଙ୍ଗିତରେ ଚାମେଲିଙ୍କ ବିରୋଧରେ ବିଜେଡି ଶାସନ ସମୟରେ ୮ଟି ମାମଲା ରୁଜୁ ହୋଇଥିଲା। ସେତେବେଳେ ଅତନୁ ଚାମେଲିଙ୍କୁ ଡରୁôଥଲେ। ଏବେ ଚାମେଲିଙ୍କୁ କିଛି ଟଙ୍କା ବଳରେ କିଣି ନେଇଛନ୍ତି ଓ ଚାମେଲି ଏବେ ତାଙ୍କ ଇସାରାରେ ନୃତ୍ୟ କରୁଛି। ଯେଉଁ ବିଜେଡି ନେତାମାନେ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିଜେଡି ସରକାର ଅମଳରେ ସେହିମାନଙ୍କ ଇଙ୍ଗିତରେ ଚାମେଲି ନାମରେ ୮ ମାମଲା ରୁଜୁ ହୋଇଥିଲା। କେବଳ ରାଜନୈତିକ ରୁଟି ସେକିବା ପାଇଁ ଅତନୁ ଏହିପରି ନାଟକବାଜି କରୁଛନ୍ତି। ରାତିରେ ଲୁଚିକି ଡାକ୍ତରଖାନା ଆସି ଚାମେଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝି ଭେଳିକି କରୁଛନ୍ତି। ନିଜେ ଏମିତି କାର୍ଯ୍ୟ କଲେ ଯେ ଲୋକେ ତାଙ୍କୁ ୩୩ ହଜାରରୁ ଅଧିକ ଭୋଟରେ ହରାଇଲେ। ହେଲେ ଏବେ ମହାକାଳପଡ଼ାର ଆଦର୍ଶ ଓ ଲୋକପ୍ରିୟ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ବଦନାମ କରିବା ପାଇଁ ଚାମେଲିଙ୍କୁ ନେତା ଜଣକ ଗୋଟି କରିଛନ୍ତି। କିନ୍ତୁ ଏହି ଗୋଟି ଚାଳନାରେ ସେ କେବେହେଲେ ସଫଳ ହେବେ ନାହିଁ ବୋଲି ବ୍ଲକ ଅଧ୍ୟକ୍ଷା ମିରାରାଣୀ ମହାନ୍ତି କହିଛନ୍ତି। ଏହି ନେତା ମନ୍ତ୍ରୀ ଥିବା ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ବିକାଶ କରିପାରିଲେ ନାହିଁ। ଏବେ ମହାକାଳପଡ଼ା ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କ ନେତୃତ୍ୱରେ ଜିଲ୍ଲାର ବିକାଶ ରଥ ଆଗେଇ ଚାଲୁଥିବା ବେଳେ ଏହି ବିଜେଡି ନେତାଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ତେଣୁ ଲୋକପ୍ରିୟ ବିଧାୟକ ଡ. ଦୁର୍ଗା ପ୍ରସନ୍ନ ନାୟକଙ୍କୁ ବଦନାମ କରିବା ପାଇଁ ଏହି ନେତା ଜଣକ ଷଡ଼ଯନ୍ତ୍ର ରଚନା କରିଛନ୍ତି ଓ ଚାମେଲିକୁ ରାଜନୈତିକ ଗୋଟି କରିଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ