ଚାରି ଦିନ ଧରି ପାଳନ ହେବ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ

ହାଟଡିହି(ଓ୍ବାଇଏନଏସ):  ଗୁରୁବାର ଦିନ ହାଟଡିହି ବ୍ଲକ ପରିସରରେ  ଆରମ୍ଭ ହୋଇଛି ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର ଧାରା ଓଡିଶା ସାରା  କାର୍ଯ୍ୟକ୍ରମ। ଏହି ଉତ୍ସବ ଚାରି ଦିନ ଧରି ହେବାକୁ ଥିବା ବେଳେ ପ୍ରଥମ ଦିନରେ କେନ୍ଦୁଝର ଜିଲ୍ଲାର ମାନ୍ୟବର ସାଂସଦ ଅନନ୍ତ ନାୟକ, ବିଜେପି ନେତା ଆଲୋକ ସେଠୀ, ଓ ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଥିଲା।  ଏଥିପାଇଁ ବ୍ଲକ ପରିସରରେ କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମିଶନ ଶକ୍ତି, ଶ୍ରମ ବିଭାଗ, ଆଦି ପକ୍ଷରୁ ବିଭିନ୍ନ ପ୍ରଦର୍ଶନୀ ଷ୍ଟଲ ମାନ ଖୋଲାଯାଇ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଲୋକଙ୍କୁ ସଚେତନ କରା ଯାଉଛି। ପରେ  ହାଟଡିହି କଲ୍ୟାଣ ସଂପ୍ରସାରଣ ଅଧିକାରୀ ଆକାଶ କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ସାଂସଦ ଅନନ୍ତ ନାୟକ, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏ.ବି.ଡି.ଓ ରଶ୍ମିରେଖା ନାଇକ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବିଜେପି ନେତା ଆଲୋକ କୁମାର ସେଠୀ, ସାଧାରଣ ଖାଉଟି ଅଧିକାରୀ ସତ୍ୟ ନାରାୟଣ ପଟ୍ଟନାୟକ, ବିଜେପି ନେତ୍ରୀ ଯଶସ୍ୱନି ବଳ, ମିନତି ମହାପାତ୍ର, ପ୍ରମୁଖ ଯୋଗ ଦେଇ ୨ ବର୍ଷ ଭିତରେ ଲୋକଙ୍କ ସରକାର ଲୋକ ମାନଙ୍କ ପାଇଁ କାର୍ଯ୍ୟକାରୀ କରିଥିବା ବିଭିନ୍ନ ଯୋଜନା ଗୁଡିକ ଉପରେ ଆଲୋକପାତ କରିଥିଲେ। ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାର କିପରି ସଫଳ ରୂପାୟନ ହେବ ତାହା ଉପରେ ସାଂସଦ ଶ୍ରୀ ନାୟକ ଗୁରୁତ୍ୱାରୋପ କରିଥିଲେ। ଏହି ସଭାରେ ମହିଳା ଶସକ୍ତି କରଣର ମିଶନ ଶକ୍ତି, ଏମ୍ବିକେ, ସିଆରପି , ମାନେ ଯୋଗଦେଇ ଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ଶତାଧିକ ମହିଳା ଯୋଗଦେଇଥିଲେ। ସେହିପରି ଆଜିଠାରୁ ବିଭିନ୍ନ ପଞ୍ଚାୟତରେ ମଧ୍ୟ ବିକାଶର ଧାରା ଓଡିଶା ସାରା  କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପଞ୍ଚୁଗୋଛିଆ ପଞ୍ଚାୟତରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବଞ୍ଚୋ ପଞ୍ଚାୟତରେ ସାଂସଦ ଶ୍ରୀ ନାୟକ ବରିଷ୍ଠ ନାଗରିକ ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କେନ୍ଦ୍ର ସରକାରଙ୍କ ୧୨ବର୍ଷ ପୂର୍ତ୍ତି ଅବସରରେ “ସଶକ୍ତ ଭାରତ ସମୃଦ୍ଧ ଭାରତ” ଉପରେ ସଚେତନ କରାଇଥିଲେ। ବିଜେପି ନେତା ଯୁଧିଷ୍ଟିର ମଲିକ, ସୁଶାନ୍ତ ଜେନା, ହରମୋହନ ଶାସିନି, ସରପଞ୍ଚ ରବୀନ୍ଦ୍ର ଜେନା, ଦିନେଶ ସେଠୀ, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଚତୁର୍ଭୁଜ ସ୍ୱାଇଁ, ସୁଧାଂଶୁ ବିଶ୍ୱାଳ ବିଶ୍ୱାଳଙ୍କ ସମେତ ଶତାଧିକ ବିଜେପି କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ