ଇସଲାମିକ ନୂତନ ବର୍ଷ ପାଳନ ଉପଲକ୍ଷେ ଜଲସା କାର୍ଯ୍ୟକ୍ରମ

ଧାମନଗର (ଓ୍ବାଇଏନଏସ): ପବିତ୍ର ମହରମ ମାସ ହେଉଛି ଇସଲାମିକ ଧର୍ମର ନୂତନ ବର୍ଷ। ଧାମନଗର ଅଞ୍ଚଳରେ ଜସନେ୍ ୟାଦେ-ହୋସେନଙ୍କ ସ୍ମୃତି ଉଦେଶ୍ୟ ତଥା ଏହି ନୂତନ ବର୍ଷ ପାଳନ ଅବସରରେ ବୁଧବାର ଏନ୍ ଏ ସି ଅନ୍ତର୍ଗତ ୯ ନମ୍ବର ୱାର୍ଡ ଅଧିନ ପଠାଣ ମହିଳା ଗ୍ରାମ ସ୍ଥିତ ବଡେ ଖାନ ଗାଜିବାବାଙ୍କ ଆସ୍ତାନା ପ୍ରାଙ୍ଗଣରେ ରାତି ପ୍ରାୟ ୯ଟା ସମୟରେ ଜଲସା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଧାମନଗର ୟାଦେ-ହୋସେନ କମିଟି ତରଫରୁ ଆୟୋଜିତ ଜଲସା କାର୍ଯ୍ୟକ୍ରମ ମୌଲାନା ସେକ ସାହାବୁଦ୍ଦିନଙ୍କ ପରିଚାଳନାରେ ମୁଖ୍ୟ ଅତିଥି ଭାବେ ଖାନକା ସରିଫ ମତଓଲ୍ଲି ସୟଦ ହବିବ୍ ରଜା ହବିବି ଯୋଗ ଦେଇ ଇସଲାମିକ ନୂତନ ବର୍ଷ ଏବଂ ଜସନେ୍ ୟାଦେ-ହୋସେନଙ୍କ ସ୍ମୃତି ଓ ତାଙ୍କ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏଥିରେ ମୌଲାନା ସାଦାତ ହୋସେନ,ମୌଲାନା ମସକୁର,ମୌଲାନା ମୋବାରକ ହୋସେନ ମୋବାରକ,ସମସେ ତବରେଜ (ଗିରୀଡି),ସାହିଦ ରଜା ହବିବି,ସାଓନ ରଜା ହସନ ପ୍ରମୁଖ ଜଲସା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଗ୍ରାମର ମୁରବି ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ ଉପସ୍ଥିତ ଥିବା ବେଳେ କମିଟି ସଭାପତି ସେକ ସମିମ,ସମ୍ପାଦକ ସେକ ଏନଜାମୁଲ,ବେସାରତ ଖାଁ ଓ ଅନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ