ଜିଲ୍ଲା ସ୍ତରୀୟ ବିଶ୍ବ ରକ୍ତ ଶିକୁଲି ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ  ଜିଲ୍ଲା ତାଲିମ କେନ୍ଦ୍ର  ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ଆନୁକୁଲ୍ୟରେ  ଜିଲ୍ଲା ସ୍ତରୀୟ ବିଶ୍ବ ରକ୍ତ ଶିକୁଲି ଦିବସ ପାଳିତ ହୋଇଯାଇଛି । ଏନେଇ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା। ଚଳିତ ବର୍ଷର ବିଶ୍ବ ରକ୍ତ ଶିକୁଲି ଦିବସର ବିଷବସ୍ତୁ – “Closing the Survival Gap: Equity in Sickle Cell Disease.” ଉକ୍ତ ସଭା ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏଠାରେ ରୁପ୍ସା, ବାହାନଗା ଓ ରେମୁଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଥିବା ଆଶା କର୍ମୀ ମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀଯୁକ୍ତ ଜେନା ତାଙ୍କର ଅଭିଭାଷଣରେ କହିଥିଲେ ଯେ, ସମସ୍ତ ୪୦ ବର୍ଷରୁ କମ ପୁରୁଷ ଏବଂ ସ୍ତ୍ରୀ ଲୋକଙ୍କର ରକ୍ତ ଶିକୁଳି ରୋଗ ର ଚିହ୍ନଟି କରଣ ନିମନ୍ତେ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ପରୀକ୍ଷା କରାଇବା ପାଇଁ ମତ ପୋଷଣ କରିଥିଲେ। ଡାକ୍ତର ଅମୁଲ୍ୟ କୁମାର ଦାସ ରକ୍ତ ଶିକୁଳି ରୋଗ କିପରି ଗୋଟାଏ ପରିବାରର ମାନସିକ, ସାମାଜିକ ଏବଂ ଆର୍ଥିକ ମାନଦାଣ୍ଡ କୁ ଦୋହଲାଇ ଦେଇଥାଏ ତା ଉପରେ ଉଦବେଗ ପ୍ରକାଶ କରିଥିଲେ। ମଞ୍ଚାସୀନ ଡାକ୍ତର ମନୋଜ ସାହୁ, ଡାକ୍ତର ସଂଜୀବ ପ୍ରଧାନ, ଡାକ୍ତର ମୃତ୍ୟୁଞ୍ଜୟ ଉପାଧ୍ୟାୟ ଏହି ରୋଗର ଭୟା ବହତା ଉପରେ ଆଲୋକପାତ କରିଥିଲେ। ପରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ କୃତି ପ୍ରତିଯୋଗୀ ଏବଂ ଚଳିତ ବର୍ଷରେ ସର୍ବାଧିକ ରକ୍ତ ଶିକୁଳି ରୋଗ ନିମନ୍ତେ ପରୀକ୍ଷା କରିଥିବା ଲାବୋରେ୍ଟୋରୀ ଟେକନିସିଆନ ତିନି ଜଣଙ୍କୁ ପୁରସ୍କୃତ କରାଯାଇଥିଲା କାର୍ଯ୍ୟକ୍ରମକୁ ପ୍ରଦୀପ କୁମାର ସାହୁ (ଜିଲ୍ଲା ସହକାରୀ ଯୋଗାଯୋଗ ଅଧିକାରୀ) ଙ୍କ ପରିଚାଳନାରେ ହୋଇଥିଲା ଓ ଶେଷରେ ଶ୍ରୀଯୁକ୍ତ ଚକ୍ରଧର ଜେନା (ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ) ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ