ବିକାଶର ଧାରା ଓଡ଼ିଶା ସାରା କ୍ରମରେ କୃଷି ଓ କୃଷକ ସମ୍ମିଳନୀ

ମୁନିଗୁଡ଼ା(ଓ୍ବାଇଏନଏସ) :ତା୧୯-୬ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କମ୍ୟୁନିଟ ହଲ୍ ପରିସରରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମରେ ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଆଲୋଚନା ଏବଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ବ୍ଲକ କୃଷି ଓ କୃଷକ ସଂଯୋଜକ ଶ୍ରୀଯୁକ୍ତ ବୁଦ୍ଧିଆ ଗୌଡଙ୍କ ସଭାପତିତ୍ବ ଓ ବ୍ଲକ କୃଷି ଅଧିକାରୀ କାଳନ୍ଦୀ ଚରଣ ପରିଡା ଏବଂ ସହକାରୀ ବୈଷୟିକ ପରିଚାଳକ ଉତ୍ତମ ଦାସଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ପ୍ରତାପ ପୁଆଲ,ସମ୍ମାନିତ ଅତିଥିଭାବେ ପୂର୍ବତନ ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ପୂର୍ବତନ ବିଷମକଟକ ବିଧାୟକ ପାର୍ଥି ଶିବଶଙ୍କର ଉଲ୍ଲାକା, ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ଅରଜିତ ପାତ୍ର,ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଶଙ୍କର ହିଆଲ,କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଅଧକ୍ଷ ତ୍ରିପତି କିଲ୍ଲାକା,ସହକାରୀ କୃଷି ଅଧିକାରୀ ସୁଶ୍ରୀ ଦିପ୍ତିରାଣି ପଟ୍ଟନାୟକ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା, ଆକାଂକ୍ଷା ବ୍ଲକ ସଂଯୋଜକ ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସମ୍ମିଳନୀର ଶୁଭାରମ୍ଭ କରିଥିଲେ। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟ ଏବଂ ମୁନିଗୁଡ଼ା ବ୍ଲକ କୃଷି ବିଭାଗ ତତ୍ତ୍ଵାବଧାନରେ ଆୟୋଜିତ ଏହି କର୍ମଶାଳାର ଉଦେଶ୍ୟ ଏବଂ କୃଷି ଓ କୃଷକ ମାନଙ୍କ ପାଇଁ ଏହି ଦୁଇ ବର୍ଷରେ ସରକାରଙ୍କ ଅନେକ ଯୁଗାନ୍ତକାରୀ ଯୋଜନା ଉପରେ ବ୍ଲକ କୃଷି ଅଧିକାରୀ କାଳନ୍ଦୀ ପରିଡା ସୂଚନା ଦେଇଥିଲେ। ପ୍ରାକୃତିକ ଓ ପ୍ରଗତିଶୀଳ କୃଷି ଉପରେ କୃଷି ବିଶେଷଜ୍ଞ ମାନେ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ମୃତ୍ତିକା ସଂରକ୍ଷଣ ଅଧିକାରୀ ସନ୍ତୋଷ ବେହେରା ଜଳଛାୟା ପ୍ରକଳ୍ପ ମାଧ୍ୟମରେ କିପରି କୃଷିର ଉନ୍ନତି ହୋଇ ପାରିବ,ଉଦ୍ୟାନି କୃଷି ଅଧିକାରୀ କେ.ରବିକୁମାର ସ୍ଥାନୀୟ ଅଂଚଳର ଜଳବାୟୁ ଓ ମୂର୍ତ୍ତିକାକୁ ନେଇ କିପରି ଉଦ୍ୟାନ କୃଷିରେ ସ୍ୱାବଲମ୍ବୀ ହୋଇ ପାରିବ ଏବଂ ସରକାରଙ୍କ ବିଭିନ୍ନ ରିହାତି ଉପରେ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ପ୍ରାଣୀଧନ କୃଷି ଅଧିକାରୀ,ମତ୍ସ୍ୟ ଅଧିକାରୀ ମଧ୍ୟ ସେମାନଙ୍କ ବିଭାଗୀୟ ପ୍ରୋତ୍ସାହନ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପୁଆଲ ସରକାରଙ୍କ ଦୁଇ ବର୍ଷ ଶାସନ କାଳ ମଧ୍ୟରେ ରାଜ୍ୟରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହେବା ସହିତ କୃଷି ଓ କୃଷକ ସଶକ୍ତିକରଣ ଉପରେ ସରକାର ଅନେକ ଗୁରୁତ୍ବ ଦେଇଥିବା ସେ ଦର୍ଶାଇଥିଲେ।ସ୍ଥାନୀୟ ଅଂଚଳର ମୁଖ୍ୟ ସମସ୍ୟା କ୍ଷେତକୁ ପାଣିର ବ୍ୟବସ୍ଥା ଉପରେ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଖୁସିର ବିଷୟ ମୁନିଗୁଡ଼ା ବ୍ଲକର ବିଭିନ୍ନ ଅଞ୍ଚଳରେ ଯଥା ଶୀଘ୍ର ଜଳ ସେଚନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି।ଜଳବାୟୁ ଓ ସରକାରଙ୍କ ପ୍ରୋତ୍ସାହନକୁ ଆଧାର କରି ଆମେ କୃଷି କ୍ଷେତ୍ରରେ କ୍ରାନ୍ତି ଆଣିପାରିଲେ ବେକାର ସମସ୍ୟା ଦୂରେଇଯିବ,ଆମ୍ଭେମାନେ ନିଶ୍ଚୟ ସ୍ୱାବଲମ୍ବୀ ହୋଇ ପାରିବା ବୋଲି ଶ୍ରୀୀଯୁକ୍ତ ପୁଆଲ କୃଷକ ମାନଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନେ ସରକାରଙ୍କ କୃଷି ଓ କୃଷକ ନୀତିର ପ୍ରଶଂସା କରିବା ସହିତ ସଶକ୍ତିକରଣ ପଥରେ ପଥିକ ହେବାକୁ କୃଷକ ମାନଙ୍କୁ ଆହ୍ଵାନ ଦେଇଥିଲେ।ପରେ ୧୪ଜଣ କୃଷକ ଙ୍କୁ ମୂର୍ତ୍ତିକା ସ୍ବାସ୍ଥ୍ୟ ପରୀକ୍ଷା କାର୍ଡ ପ୍ରଦାନ କରିଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପାଞ୍ଚ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ନିମନ୍ତ୍ରିତ ଅତିଥିଭାବେ ତେଲେଙ୍ଗାପଦର ସରପଂଚ ଉପେନ୍ଦ୍ର ଶିକକା, କୁମୁଡ଼ା ବାଲି ସମିତି ସଭ୍ୟ ଉଦ୍ଧବ ସିକାକା,ବିଜେପି ଜିଲ୍ଲା ଉପ ସଭାପତି ସୁଶୀଳା ସରାଫ,ମଣ୍ତଳ ଉପ ସଭାପତି ଭୀମ ବେହେରା ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କୁ ଉତ୍ସାହିତ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସହକାରୀ ବୈଷୟିକ ପରିଚାଳକ ରଙ୍କନିଧି ପ୍ରଧାନ,ଲୋପାମୁଦ୍ରା ଖୁଣ୍ଟିଆ,କୃଷି ଅଧିଦର୍ଶକ ପ୍ରକାଶ ଚନ୍ଦ୍ର ବେହେରା,ରମାକାନ୍ତ ସାରା, ବିକାଶ ଗାଣ୍ଟା ପ୍ରମୁଖ ସହାୟତା କରିଥିଲେ।ଶେଷରେ ବ୍ଲକ କୃଷି ଅଧିକାରୀ ଶ୍ରୀ ପରିଡା ସଭିଙ୍କୁ ଧନ୍ୟବାଦ ଅର୍ପଣ ସହ ଆଗାମୀ କୃଷି ଋତୁରେ ମହାପ୍ରଭୁ ଶ୍ରୀବଳଭଦ୍ର କୃଷକ ମାନଙ୍କ ଉନ୍ନତିରେ ସହାୟ ହୁଅନ୍ତୁ,ମୌସୁମୀ ଚାଷପୋଯୋଗୀ ହେଉ ଏବଂ କୃଷି ଓ କୃଷକର ଉନ୍ନତିରେ ଦେଶର ଆର୍ଥିକ ପ୍ରଗତି ହେଉ ବୋଲି କାମନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ