ବିକାଶର ଧାରା ଓଡିଶା ସାରା କାଯ୍ୟକ୍ରମ

ବନ୍ତ, ୧୯/୬(ଚାନ୍ଦିନୀ ମହାନ୍ତି ) : ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନ ସମ୍ପର୍କ ଅଭିଯାନ -୨୦୨୬ ଅବସରରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ୍ତ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏଥିରେ ବିଡ଼ିଓ ସୀତାକାନ୍ତ ରାଉତ,ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିପିଡିଓ ଶୁଚିସ୍ମିତା ବାରିକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ବ୍ଲକ ଜନ ମଙ୍ଗଳ ଅଧିକାରୀ ପ୍ରଫୁଲ୍ଲ କୁମାର ପଣ୍ଡା ପରିଚାଳନା କରିଥିଲେ ।ଏହି ଅବସରରେ ପାଲା ମାଧ୍ୟମରେ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସଚେତନ କରାଯାଇଥିଲା l ଏଥିସହ  ଅନୁସୂଚିତ ଜାତି ଓ ଜନଜାତିର ୩ଜଣ ବ୍ୟକ୍ତି ଏବଂ ୩ ଜଣ ଛାତ୍ରଛାତ୍ରୀଙ୍କୁ  ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ସମେତ ବହୁ ଲୋକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆଲୋକ ପଢ଼ିଆରୀ, ମିତ୍ରଭାନୁ ସ୍ୱାଇଁ, ରତ୍ନାକର ଜେନା ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ