ଜିଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ସ୍ଥିତ ଜିଲାପାଳ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଜିଲା ସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ଓ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲାପାଳ ( ସାଧାରଣ )ସଚ୍ଚିଦାନନ୍ଦ ନାୟକ ଅଧ୍ୟକ୍ଷତା କରିଥିଲେ । ଶିଶୁମାନଙ୍କର ସୁରକ୍ଷା,ଶିକ୍ଷା ଏବଂ ସେମାନଙ୍କର ଅଧିକାରକୁ ସୁରକ୍ଷିତ ରଖିବା ପ୍ରତ୍ୟେକ ନାଗରିକ ଓ ପ୍ରଶାସନର ମିଳିତ ଦାୟିତ୍ୱ । ଆର୍ଥିକ ଅଭାବ ଯୋଗୁଁ କେତେ ପିଲା ସ୍କୁଲ ଛାଡି ଶ୍ରମିକ ସାଜୁଛନ୍ତି । ତେଣୁ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ବିଶେଷ କରି ଗ୍ରାମଚଂଳ ଓ ସ୍ଲମ ଅଚଂଳରେ ଏହା ଅଧିକ ଦେଖା ଦେଇଥାଏ । ତେଣୁ ପ୍ରତି ପଚାଂୟତରେ ଅଧିକରୁ ଅଧିକ ସଚେତନତା ଆବଶ୍ୟକ । ଯେଉଁମାନେ ଶିଶୁ ମାନଙ୍କୁ କାମରେ ନିୟୋଜିତ କରାଉଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରମ ବିଭାଗକୁ କୁହାଯାଇଛି । ଉଦ୍ଧାର ଶିଶୁ ମାନଙ୍କୁ ସରକାରୀ ସ୍ତରରେ ଯେଉଁ ସବୁ ଯୋଜନା ରହିଛି ତାହା କିପରି ସେମାନେ ପାଇବେ ତାହା କରିବା ଆବଶ୍ୟକ । ସେମାନଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ ବିହିତ ପଦକ୍ଷେପ ନେବା ଆବଶ୍ୟକ । ଜିଲାକୁ ଶିଶୁ ଶ୍ରମମୁକ୍ତ ଜିଲା ଭାବେ ଗଢି ତୋଲିବାପାଇଁ ସମସ୍ତଙ୍କ ସହଭାଗିତା ଆବଶ୍ୟକ । ଶିଶୁର ସୁରକ୍ଷା ଓ ସାମଗ୍ରିକ କଲ୍ୟାଣପାଇଁ ସମସ୍ତ ଅଂଶୀଦାରଙ୍କ ମିଳିତ ପ୍ରୟାସ ଆବଶ୍ୟକ । ଏକ ବର୍ଷ ମଧ୍ୟରେ ଜିଲାରେ ଶ୍ରମ ବିଭାଗ ପକ୍ଷରୁ ୫୧ଟି ସ୍ଥାନରେ ଚଢାଉ କରାଯାଇଛି । ୪ଜଣ ନାମରେ ମମଲା ମଧ୍ୟ ହୋଇଥିବା ଶ୍ରମ ବିଭାଗ ପକ୍ଷରୁ କୁହାଯାଇଛି । ଜିଲାରେ ଶିଶୁ ଶ୍ରମିକ ନିରାକରଣ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ତାହାକୁ ବୈଠକରେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟ ଅତିରିକ୍ତ ଜିଲାପାଳ ସୁନିଲ କେର୍କାଟା,ଅତିରିକ୍ତ ଏସପି, ଡିସିପିଓ,ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ଅଧିକାରୀ, ଛତ୍ରପୁର ଶ୍ରମ ଅଧିକାରିଣୀ ବର୍ଷାରାଣୀ ଜେନା, ବ୍ରହ୍ମପୁର ଶ୍ରମ ଅଧିକାରୀ ସୁଭଲକ୍ଷ୍ମୀ ବେହେରା, ଏ ଡ଼ିଏଲଓ ବି.ହୃଷିକେଶ ରାଓ,ପ୍ରଭାସିନୀ ସ୍ୱାଇଁ ଓ ସୋମନାଥ ପାତ୍ରଙ୍କ ସମେତ କାଜୁ ଆସୋସିଏସନ, ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ସଂଘର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।


