ସ୍ୱେଚ୍ଛାକୃତ ରକ୍ତଦାନ ଶିବର

ଆସିକା (ୱାଇଏନ୍‍ଏସ୍‍): ଲୋକସଭାରେ ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିବସ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ବାଲିସିରା ଗ୍ରାମର ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ମନ୍ଦିର ପରିସରରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱେଚ୍ଛାକୃତ ମେଗା ରକ୍ତଦାନ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କମିଟିର ସଭାପତି ଭକ୍ତଚରଣ ଦାସ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ଦଣ୍ଡପାଣି ପାତ୍ର, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ପର୍ଯ୍ୟବେକ୍ଷକ ବିଜୟ କୁମାର ପ୍ରଧାନ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ)ର ସଭାପତି ରଶ୍ମିରଂଜନ ପଟ୍ଟନାୟକ, କଂଗ୍ରେସ ନେତା ବୃନ୍ଦାବନ ଖଟେଇ ଓ ହରେକୃଷ୍ଣ ରଥ ପ୍ରମୁଖ ଯୋଗଦେଇ ରକ୍ତଦାନ ଶିବିର ଆୟୋଜନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ, ଶୁଖିଲା ମୁହଁରେ ହସ ଭରି ଅନ୍ୟକୁ ବଞ୍ଚାଇବା ପାଇଁ ରକ୍ତଦାନ କରିବାକୁ ଆହ୍ୱାନ କରିବା ସହ ଏହି ରକ୍ତଦାନ ମଣିଷର ଜୀବନକୁ ଧନ୍ୟ କରେ ଓ ତାର ପ୍ରାଣକୁ ପୂଣ୍ୟତାରେ ଭରିଥାଏ ବୋଲି ପ୍ରକାଶ କରିଥିଲେ । ଏହି ରକ୍ତଦାନ ଶିବିରରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଅଞ୍ଚଳର ବହୁ ଯୁବପିଢୀ ଅତ୍ୟନ୍ତ ଆଗ୍ରହର ସହକାରେ ରକ୍ତଦାନ କରିଥିଲା ବେଳେ ବ୍ରହ୍ମପୁର ଏମ୍‍କେସିିଜି ରକ୍ତଭଣ୍ଡାରର ଡାକ୍ତର ବି.ଲୋକେଶ୍‍ ରେଡି, କର୍ମଚାରୀ ରିଙ୍କୁ ସାହୁ, କାଳିଶଙ୍କର ବେହେରା, ପ୍ରଦୀପ କୁମାର ସୁବୁଦ୍ଧି, କାଳୁ ସେଠୀ, ରାମହରି ପଣ୍ଡା, ଦେବାଶିଷ୍‍ ପଣ୍ଡା, ଗୋପାଳକୃଷ୍ଣ ପଣ୍ଡା, ଡମ୍ବରୁ ବାହାଦୁର କାର୍କି, ବସନ୍ତ କୁମାର ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଲୋକସଭାରେ ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ପାଳନ ଅବସରରେ ଅନୁଷ୍ଠିତ ଏହି ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ସୁପରିଚାଳନା କରିବା ଦିଗରେ କଂଗ୍ରେସ ନେତା ପ୍ରିୟାଂଶୁ ଶେଖର ପରିଡା, ଅଜିତ୍‍ କୁମାର ମୁନି, ଭବାନୀ ଶଙ୍କର ଦାଶ, ଜ୍ୟୋତିରଂଜନ ପୋଲାଇ, ବିକାଶ କୁମାର ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ଯୁବ ଆଇନଜୀବୀ ଦେବକାନ୍ତ ଶର୍ମା, କଂଗ୍ରେସ ନେତ୍ରୀ ତଥା ପ୍ରଦେଶ ମହିଳା କଂଗ୍ରେସ କମିଟିର ସଂପାଦିକା ସୁଦୀପ୍ତା ଦାଶ, କଂଗ୍ରେସ ନେତା ଦୀପକ କୁମାର ଭୂୂୟାଁ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ