ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬: ସଚେତନତା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆହ୍ୱାନ

କଟକ, (ଓ୍ବାଇଏନଏସ) : ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ (ଏସ.ଆଇ.ଆର) କାର୍ଯ୍ୟକ୍ରମକୁ ଅଧିକ ସଫଳ କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ “No Eligible Elector To Be Left Behind” “କୌଣସି ବି ଯୋଗ୍ୟ ଭୋଟର ବାଦ ପଡିବେ ନାହିଁ” ଶୀର୍ଷକ ଏକ ରାଜ୍ୟସ୍ତରୀୟ ଭୋଟର ସଚେତନତା ପ୍ରତିଯୋଗିତା ଆରମ୍ଭ କରାଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ କମଲଜିତ ଦାସ ସମସ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ମାନଙ୍କୁ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଅଂଶଗ୍ରହଣ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରତିଯୋଗିତା ମେ ୩୦ ତାରିଖରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ସ୍ଲୋଗାନ, ସ୍କିଟ୍ ଓ ରିଲ୍ ମେକିଂ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ୀଙ୍କ ରୁଚିକୁ ପ୍ରୋତ୍ସାହିତ କରାଯିବା ସହ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଗୁରୁତ୍ୱ ସମ୍ପର୍କରେ ଭୋଟରମାନଙ୍କୁ ସଚେତନ କରାଯିବ। ଜିଲ୍ଲାର ସମସ୍ତ ERO ଓ AERO ମାନଙ୍କୁ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରତିଯୋଗିତା ବିଷୟରେ ଅବଗତ କରାଇବା, ଛାତ୍ରଛାତ୍ରୀଙ୍କୁ ଅଂଶଗ୍ରହଣ ପାଇଁ ଉତ୍ସାହିତ କରିବା ଏବଂ ଶିକ୍ଷାନୁଷ୍ଠାନରେ ଗଠିତ ଇଲେକ୍ଟୋରାଲ୍ ଲିଟରେସି କ୍ଲବ୍ (ELC) ଗୁଡ଼ିକୁ ଏହି କାର୍ଯ୍ୟରେ ସକ୍ରିୟ ଭାବେ ନିୟୋଜିତ କରିବାକୁ କୁହାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ଭୋଟର ସଚେତନତା ପ୍ରତିଯୋଗିତାରେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ କରାଯାଇଛି। ପ୍ରତିଯୋଗୀତା ସମ୍ବନ୍ଧୀୟ ଅଧିକ ସୂଚନା ceoodisha.nic.in ୱେବସାଇଟରେ ପାଇପାରିବେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ