ମନ୍ଦିର ପ୍ରତିଷ୍ଠା ନିମନ୍ତେ କଳସ ଯାତ୍ରା
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମ ର ଶ୍ରୀ ଶ୍ରୀ ଶ୍ରୀ ବୁଢ଼ି ଠାକୁରାଣୀ ଓ କାଳୀମୁଖୀ ମନ୍ଦିରରେ ବିଜେ ପ୍ରତିମା ଓ ପାର୍ଶ୍ଵ ଦେବତା ସହ ସିଂହଦ୍ୱାର ପ୍ରତିଷ୍ଠା ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗ୍ରାମ ର ଶହ ଶହ ମହିଳା ପୁରୁଷ ମାନେ ହାତ ରେ କଲସି ଧରି ରୁଷିକୁଲ୍ୟା ନଦୀ ର ପାଣି ଧରି ଏକ ବିଶାଳ ଶୋଭାଯାତ୍ରା ରେ ମନ୍ଦିର ର ନିକଟରେ ପହଁଚିଥିଲେ। ଏହି ଉତ୍ସବ ଆଜି ଠୁ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପୂଜା କାର୍ଯ୍ୟକ୍ରମ ଆୟୋଜିତ ହେବ। ଉତ୍ସବ ପ୍ରଚାରକ ପଣ୍ଡିତ ମନୋଜ କୁମାର ତ୍ରିପାଠୀ ଓ ମହନ୍ତ ମହାରାଜ ଶ୍ରୀପାଦ ଧନଞ୍ଜୟ ବ୍ରହ୍ମଚର୍ଯ୍ୟ ଓ ସାଥି ପୁରୋହିତଙ୍କ ଦ୍ୱାରା ଘୃତ ଯଜ୍ଞ, ଅନ୍ନଯଜ୍ଞ,ଚବିଶି ପ୍ରହର ନାମଯଜ୍ଞ,ଗୋ ଯଜ୍ଞ ଓ କଥା ବାଚକ ଙ୍କ ଜ୍ଞାନଯଜ୍ଞ ସମ୍ପାଦନ ହେବ।


