ଉତ୍ତରେଶ୍ୱର ମହାଦେବଙ୍କ ପୀଠରେ ଶୀତଳ ଷଷ୍ଠୀ ଉତ୍ସବ ଅନୁଷ୍ଠିତ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମୁଗୁପୁରର ଉତ୍ତରେଶ୍ୱର ମହାଦେବଙ୍କ ପୀଠରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ଶୀତଳ ଷଷ୍ଠୀ ଉତ୍ସବ ମହା ଆଡମ୍ବରରେ ଆୟୋଜିତ ହୋଇଛି l  ଗୁରୁବାର ଦିନ ଅଧିବାସ କର୍ମ, କଳସ ଶୋଭାଯାତ୍ରା ହୋଇଥିବା ବେଳେ ଶୁକ୍ରବାର ସକାଳେ ସୂର୍ଯ୍ୟପୂଜା, ଗୋପୂଜା, ରୁଦ୍ରାଭିଷେକ, ଦେଵୀ ଯଜ୍ଞ, ଷୋଡଶଉପଚାର ପୂଜା, ପାର୍ଶ୍ୱ ଦେବାଦେବୀ ପୂଜା ଅନୁଷ୍ଠିତ ହୋଇଥଲା।  ସନ୍ଧ୍ୟା ୬ଘଟିକାରେ ପ୍ରଭୁ ମହାଦେବଙ୍କର ବିବାହ ଉତ୍ସବ ପାଇଁ ବରଯାତ୍ରୀ  ପଟୁଆର ଶୋଭାଯାତ୍ରା ଗ୍ରାମ ପରିକ୍ରମାରେ ବାହାରି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବାଜା, ବାଣ, ଅଘୋରି ନୃତ୍ୟ ସହିତ ପ୍ରଭୁ ଉତ୍ତରଶ୍ୱରଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ନିଆଯାଇଥିଲା l ଆଜି ଭୋର ସମୟରେ ଦେବ ଦମ୍ପତିଙ୍କ  ବିବାହ କାର୍ଯ୍ୟ ରୀତିନୀତି ମତେ ସମ୍ପନ୍ନ ହୋଇଥଲା l ଆଜି ସକାଳେ ରୋଷଣୀ, ଭକ୍ତ ଦର୍ଶନ ପରେ ଅପରାହ୍ନରେ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥିଲା।  ଏହି ଦେବ ବିବାହରେ ପଣ୍ଡିତ  ବିଷ୍ଣୁ ଶତପଥୀ, ହରିହର ଷଡ଼ଙ୍ଗୀ, ଖଗେଶ୍ୱର ପଣ୍ଡା, ଦୁର୍ଯ୍ୟୋଧନ ପଣ୍ଡା ପ୍ରମୁଖ ପଣ୍ତିତ ମାନଙ୍କର ବେଦମନ୍ତ୍ରରେ ଵିଵାହ କାର୍ଯ୍ୟ ସମ୍ପନ୍ନ ହୋଇଛି l ଗ୍ରହବିପ୍ର ନରେନ୍ଦ୍ର କୁମାର ନାୟକ ଓ ନାପିତ ହରିହର ବାରିକ, ମଙ୍ଗୁ ବାରିକଙ୍କ ଦ୍ୱାରା ବିବାହ କାର୍ଯ୍ୟ ସମାପନ ହୋଇଥିଲା।  ମହାଦେବଙ୍କ ପିତା ଓ ମାତା ଭାବେ ରବୀନ୍ଦ୍ର କୁମାର ପଣ୍ଡା, ଚାରୁଲତା ପଣ୍ଡା ଓ ଦେବୀ ପାର୍ବତୀଙ୍କ ପିତା  ମାତା ଭାବେ କାଳନ୍ଦୀ ଚରଣ ପଣ୍ଡା, କୌଶଲ୍ୟା ପଣ୍ଡା ଵିଵାହ କାର୍ଯ୍ୟ ନିର୍ବାହ କରିଛନ୍ତି l  ଏହି ଉତ୍ସବରେ ମୁଗୁପୁରର ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମନ୍ଦିର ପରିଚାଳନା କମିଟି ପକ୍ଷରୁ ତିନିଦିନ ଧରି ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ବେଳେ  କମିଟିର ସଭାପତି ସୁକାନ୍ତ କୁମାର ରାଉତଙ୍କ ତତ୍ୱାବଧାନରେ ସମ୍ପାଦକ ଶରତ ଚନ୍ଦ୍ର ଜେନା , କୋଷାଧକ୍ଷ ସୁମନ୍ତ କୁମାର ଦାସ , ଶ୍ରୀଧର ସାହୁ , ନରେନ୍ଦ୍ର ନାହକ , ମାନସ ଓଝା ,ସୁରେନ୍ଦ୍ର ସାହୁ ,ଅରୁଣ ସାହୁ ,ଗୌରାଙ୍ଗ ଓଝା ,ମାନସ ରଣା ,ହରେକୃଷ୍ଣ ସାହୁ , ଅଭିମନ୍ୟୁ ବିଶ୍ୱାଳଙ୍କ ସମେତ ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନା  କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ