ଭତ୍ତା ଟଙ୍କା ଫେରାଇଲେ ହିତାଧିକାରୀ
ହାଟଡିହି (ଓ୍ବାଇଏନଏସ): ଅଧିକ ଭତ୍ତା ଟଙ୍କା ଉଠାଣ କରିଥିବାରୁ ଜଣେ ହିତାଧିକାରୀ ବିଡ଼ିଓଙ୍କ ଉପସ୍ଥିତିରେ ଭତ୍ତା ଟଙ୍କା ଫେରାଇଛନ୍ତି। ସୂଚନାରୁ ଜଣା ଯାଇଛିକି ଆମ୍ବୋ ପଞ୍ଚାୟତର ଶରତ ନନ୍ଦ ନାମକ ଜଣେ ହିତାଧିକାରୀ ନିୟମିତ ଏକାଉଣ୍ଟ ମାଧ୍ୟମରେ ଭତ୍ତା ପାଉଥିବା ବେଳେ ହାତାହାତି ମଧ୍ୟ ନେଇଥାନ୍ତି। ଏ ବାବଦରେ ଜଣା ପଡିବା ପରେ ହିତାଧିକାରୀ ଜଣଙ୍କ ସ୍ୱଇଚ୍ଛାରେ ଅଧିକ ଭତ୍ତା ଟଙ୍କାକୁ ଫେରାଇବାକୁ ରାଜି ହୋଇଥିଲେ। ତାଙ୍କ ପାଖକୁ ଯାଇଥିବା ଅଧିକ ୩୮୫୦୦ ଟଙ୍କାକୁ ସେ ଆଜି ବ୍ଲକ ଏକାଉଣ୍ଟରେ ଜମା କରିବା ପରେ ବ୍ୟାଙ୍କର ଜମା ସ୍ଲିପ କୁ ଏବିଡ଼ିଓ ରଶ୍ମିରେଖା ନାଇକଙ୍କୁ ପ୍ରଦାନ କରିଥିଲେ। ଏହାକୁ ନେଇ ବିଡ଼ିଓ ରଞ୍ଜନ କୁମାର ପରିଡା ତାଙ୍କୁ ସାଧୁବାଦ ଜଣାଇଛନ୍ତି ।


