ଅନ୍ତର୍ଜାତୀୟ ଯୋଗ ଦିବସ

ବନ୍ତ, (ଚାନ୍ଦିନୀ ମହାନ୍ତି ) : ରବିବାର ଭଦ୍ରକ ଜିଲା ବନ୍ତ ବ୍ଲକ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି l ବିଡ଼ିଓ ସୀତାକାନ୍ତ ରାଉତ ଯୋଗ ଦେଇ ଯୋଗର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, ଜିପିଡିଓ ଶୁଚିସ୍ମିତା ବାରିକ, ଏପିଓ ତୃପ୍ତିମାଳା ବେହେରା, କୋଷାଧ୍ୟକ୍ଷ ନଜରୁଲ ଖାଁ,ମିତ୍ରଭାନୁ ସ୍ୱାଇଁ, ଅନନ୍ତ କିଶୋର ପଣ୍ଡା, ରତ୍ନାକର ଜେନାଙ୍କ ସମେତ ବହୁ କନିଷ୍ଠ ଯନ୍ତ୍ରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ l ପ୍ରଶିକ୍ଷିକା ଭାବେ ଲିପାରାଣୀ ପଣ୍ଡା ଯୋଗ ଦେଇଥିଲେ l ସେହିପରି ବନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ଦିବସ ପାଳିତ ହୋଇ ଯାଇଛି l ପୂର୍ବତନ ଟିଲୋ ସରପଞ୍ଚ ତଥା ପ୍ରଶିକ୍ଷିକା ନିହାରିକା ରାଉତ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ଏଥିରେ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅରୁନ୍ଧତୀ ସେନାପତି, ସିଆରସିସି ଅଶୋକ ଦାସ, ପରିଚାଳନା କମିଟି ସଭ୍ୟ ତ୍ରିଲୋଚନ ପଣ୍ଡା, ଶିକ୍ଷୟିତ୍ରୀ ରୀନା ବାରିକ, ସୁରଭି ମହାପାତ୍ର, ସୁଷମା ସାହୁ, ସୀମାଲିନ ପାତ୍ର, ସୌମିତ୍ରୀ କର, ସ୍ନେହଲତା ଖମାରୀ, କିରାଣୀ ବିଶ୍ବଜିତ ରାଉତଙ୍କ ସମେତ ଛାତ୍ରୀ ମାନେ ଯୋଗ ଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ