ଦକ୍ଷତା ବିକାଶ ପକ୍ଷରୁ ସଚେତନତା

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କାର୍ଯ୍ୟାଳୟ ପରିସରରେ ‘ଓଡ଼ିଶା ସାରା ବିକାଶ ଧାରା’ କାର୍ଯ୍ୟକ୍ରମର ତୃତୀୟ ଦିନରେ ଦକ୍ଷତା ବିକାଶ ପକ୍ଷରୁ ଯୁବ ଓ ମହିଳା ମାନଙ୍କୁ ନେଇ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ହାଟଡିହି ବିଡ଼ିଓ ରଞ୍ଜନ କୁମାର ପରିଡ଼ାଙ୍କ ଅଧକ୍ଷ୍ୟତାରେ ବିଜେପି ନେତା ଆଲୋକ  ସେଠୀ, ଏବିଡ଼ିଓ ରଶ୍ମି ରେଖା ନାଇକ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଡିଆଇସିର ଅତିରିକ୍ତ ମ୍ୟାନେଜର ମଲିକା ମୁର୍ମୁ, କୃଷ୍ଣ ଚନ୍ଦ୍ର ସାମନ୍ତ ସିଂହାର, ଆଦିତ୍ୟ ପ୍ରସାଦ ମହାନ୍ତ,  ବରୁଣ ଦାସ,  ସତ୍ୟ ବ୍ରତ ଜେନାଙ୍କ ସହ ମିଶନ ଶକ୍ତିର ପ୍ରତ୍ୟୁଷ୍ନା ସାହୁ,  ସ୍ୱର୍ଣଲତା ପୁଷ୍ଟି,  ଡା.ବିଶ୍ଵ ଭୂଷଣ କର ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ଯୁବ ମହିଳା ମାନଙ୍କ ଦକ୍ଷତା ବିକାଶ ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ।  ଏହି କାର୍ଯ୍ୟକ୍ରମ ବିଭିନ୍ନ ପଞ୍ଚାୟତରୁ ବେକାର ଯୁବକ ଯୁବତୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାରଙ୍କ ଯୋଜନା ଗୁଡ଼ିକ ଉପରେ ସଚେତନ କରାଯାଇ ଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ