ଔଷଧ ବିକ୍ରେତାଙ୍କୁ ମାର୍ଗଦର୍ଶନ କର୍ମଶାଳା

ଆସିକା(ୱାଇଏନ୍‍ଏସ୍‍): ଔଷଧର ଗୁଣବତ୍ତା ଏବଂ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଉଥିବା ନୀତିନିୟମ ଉପରେ ଶିକ୍ଷା ଦେବା ପାଇଁ ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍‍ ପରିସରରେ ଆସିକା ଔଷଧ ବ୍ୟବସାୟୀ ସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏକ ମାର୍ଗଦର୍ଶନ କର୍ମଶାଳଆ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଓ ଫୁଲବାଣୀ କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‍ (ବ୍ରହ୍ମପୁର) ସହ ଅନବନ୍ଧୁତ ଆସିକା କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‍ର ସଭାପତି କେ.ଗୋପାଳକୃଷ୍ଣ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ମାର୍ଗଦର୍ଶନ କର୍ମଶାଳାରେ ଗଞ୍ଜାମ ଜିଲ୍ଲା ରେଞ୍ଜ-୩ର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଭେଷଜ ନୀରିକ୍ଷକ ସନ୍ତୋଷ ପ୍ରଧାନ ଯୋଗଦେଇ ଗତ ୧୬ ତାରିଖରେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ ଡାକ୍ତରଙ୍କ ପ୍ରେସକ୍ରିପସନ୍‍ (ପରାମର୍ଶ ଚିଠା) ବିନା କୌଣସି ବି ସିରପ୍‍ ବିକ୍ରୀ କରାଯାଇପାରିବ ନାହିଁ ନିର୍ଦ୍ଦେଶ ଯେପରି ଆସିକା ଅଞ୍ଚଳରେ ସଫଳତାର ସହ କାର୍ଯ୍ୟକାରୀ ହୋଇପାରିବ ତାହାରି ଉପରେ ଆଲୋକପାତ କରିବା ସାଙ୍ଗକୁ ଔଷଧ ଓ ସୌନ୍ଦର୍ଯ୍ୟ ସାମଗ୍ରୀ ଆଇନ ଏବଂ ନିକଟରେ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଓ ସଂଶୋଧନ ଯେପରି ସୁଚାରୂ ରୂପେ ସଂପାଦିତ ହୋଇପାରିବ ଏବଂ ଔଷଧ ବ୍ୟବସାୟୀମାନେ ନିଜ ବ୍ୟବସାୟ ପ୍ରତିଷ୍ଠାନର ଦୈନନ୍ଦିନ ବିକ୍ରୀର ତଥ୍ୟ ସଠିକ୍‍ ଏବଂ ନିର୍ଭୁଲ ଭାବେ ଲେଖିବା ଉପରେ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ରେଞ୍ଜ-୩ ଅଧୀନରେ ଥିବା ଭଞ୍ଜନଗର, ଗୋବରା, ଗାଙ୍ଗପୁର, ବାଲିସିରା, ଆସିକା, କଲେଜଛକ, ବାଲିପଦର, ବଡଗଡ, ଜଗନ୍ନାଥପ୍ରସାଦ, ବେଲଗୁଣ୍ଠା, ମୁଣ୍ଡମରାଇ, ଧରାକୋଟ, ଦଶମଇଲି, ସୋରଡା, ବଡଗଡ, ନଳବଣ୍ଟା ତଥା ଏହାର ଆଖପାଖ ଅଞ୍ଚଳର ବହୁ ଔଷଧ ବ୍ୟବସାୟୀ ଏହି ମାର୍ଗଦର୍ଶନ କର୍ମଶାଳାରେ ଯୋଗଦେଇ ଔଷଧ ବିକ୍ରୀ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ବହୁବିଧ ନୀତିନିୟମ ଉପରେ ଜ୍ଞାନ ଆହରଣ କରିଥିବା ଦେଖିବାକୁ ମିଳିଥିଲା । ଆସିକା କେମିଷ୍ଟ ଓ ଡ୍ରଗିଷ୍ଟ ଏସୋସିଏସନ୍‍ର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଔଷଧ ବିକ୍ରେତାଙ୍କ ଶିକ୍ଷା ସଂକ୍ରାନ୍ତୀୟ ଏହି ମାର୍ଗଦର୍ଶନ କର୍ମଶାଳାରେ ସଂଘର ସଂପାଦକ କେ.ବିଭୁତି ଭୂଷଣ ସେନାପତି, କୋଷାଧ୍ୟକ୍ଷ ଯୋଗେନ୍ଦ୍ର ନାୟକ, ସକ୍ରିୟ ସଦସ୍ୟ କେ.ଦୀପକ କୁମାର ସେନାପତି, ସୂର୍ଯ୍ୟନାରାୟଣ ଶତପଥୀ, ସଂଘର ଉପସଭାପତି ୟୁ.ସଂଜୟ କୁମାର ପାତ୍ର, ଯୁଗ୍ମ ସଂପାଦକ ଏ.ସନ୍ତୋଷ କୁମାର ନାୟକ, ସକ୍ରିୟ ସଦସ୍ୟ କେ.ମନୋଜ କୁମାର ପାତ୍ର, ସିଦ୍ଧାର୍ଥ ଜେନା, ଆଦିତ୍ୟ ରଂଜନ ରଥ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଆଶୁତୋଷ ସାହୁ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ସୁନିଲ୍‍ କୁମାର ପାତ୍ର, ସୁରେଶ କୁମାର ପାତ୍ର, ବୁଲୁ ଭୂୟାଁ, ସିଦ୍ଧାର୍ଥ କୁମାର ବେହେରା, ପ୍ରିୟବ୍ରତ ମିଶ୍ର, ମହେନ୍ଦ୍ର କୁମାର ସାହୁ, ସମୀର ଚୌଧୁରୀ, କେ.କ୍ଷୀରାବ୍ଦି ପାତ୍ର, ଏଲ୍‍.ଲକ୍ଷ୍ମୀକାନ୍ତ ପାତ୍ର, କେ.ସନ୍ତୋଷ କୁମାର ସେନାପତିଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ