ଅନ୍ତରାଷ୍ଟ୍ରୀୟ ଯୋଗ ଉତ୍ସବ

ନାଉଗାଁ, (ପ୍ରଦୋଷ ମହାନ୍ତି):ବାହାରିନ୍ ଓଡିଆ ସମାଜର ସଦସ୍ୟମାନେ ୨୧ ଜୁନ୍ ୨୦୨୬ ତାରିଖ ଦିନ ଭାରତୀୟ ଦୁତାବାସ ଦ୍ୱାରା ଆୟୋଜିତ ୧୨ତମ ଅନ୍ତରାଷ୍ଟ୍ରିୟ ଯୋଗ ଉତ୍ସବ ପାଳନ କରିଥିଲେ। ଏହି ମହା ଉତ୍ସବରେ ଭାରତୀୟ ରାଜଦୂତ ଶ୍ରୀଯୁକ୍ତ ବିନୋଦ କେ ଜାକବ ଯୋଗ ଦେଇ ଯୋଗର ଉପକାରିତା ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ସହ ମିଶି ଅନେକ ଲାଭବାନ ଯୋଗ ଆସନ ଏବଂ ନିଶ୍ୱାସ ପ୍ରଶ୍ୱାସ ଅଭ୍ୟାସ କରିଥିଲେ । ଏହି ଯୋଗ ଦିବସରେ ଓଡ଼ିଆ ସମାଜର ମହିଳା ସଦସ୍ୟ ଏବଂ ପିଲାମାନେ ମଧ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଯୋଗ ହେଉଛି ଏକ ପ୍ରାଚୀନ ଭାରତୀୟ ବ୍ୟାୟାମ, ଯାହା ଦ୍ୱାରା କୌଣସି ମଣିଷ ନିଜ ଜୀବନକୁ ଏକ ସକାରାତ୍ମକ ଢଙ୍ଗରେ ପରିବର୍ତ୍ତନ କରିପାରିବ ବୋଲି ବାହାରିନ ଓଡ଼ିଆ ସମାଜ ର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ ଦୃଢୋକ୍ତି ପ୍ରକାଶ କରିଥିଲେ ।  ଯୋଗର କେବଳ ଆସନ ଓ ବ୍ୟାୟାମ ଅପେକ୍ଷା ବହୁତ ଅଧିକ ପ୍ରଭାବ ରହିଛି । ଏହା ଶରୀରରୁ ଆରମ୍ଭ ହୁଏ, ମନକୁ ଯାଏ ଏବଂ ଆତ୍ମାକୁ ଚାଲିଯାଏ। ଯୋଗ ଏକ ଅତ୍ୟନ୍ତ ସୂକ୍ଷ୍ମ ବିଜ୍ଞାନ ଯାହା ମନ ଏବଂ ଶରୀର, ବ୍ୟକ୍ତିଗତ ଚେତନା ଏବଂ ସର୍ବଭାରତୀୟ ଚେତନା ମଧ୍ୟରେ ସମନ୍ୱୟ ଆଣିବା ଉପରେ ଧ୍ୟାନ ଦେଇଥାଏ ବୋଲି ସମାଜର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାଶ୍ ବର୍ଣନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ