ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ
ଧାମନଗର (ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ସଫଳତାର ଦୁଇ ବର୍ଷ ପୂର୍ତ୍ତି ପାଳନ ସହିତ ଜନକଲ୍ୟାଣମୂଳକ ଯୋଜନାର ପ୍ରଚାର ପାଇଁ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି।ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଡିଓ ବନବିହାରୀ ଦିଣ୍ଡା ସଭାପତିତ୍ୱ କରିଥିଲେ I ସ୍ଥାନୀୟ ବିଧାୟକ ତଥା ଓଡିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା,କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା, ଉନ୍ନୟନମୂଳକ କାର୍ଯ୍ୟ ଏବଂ ଆଗାମୀ ଦିନର ବିକାଶ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସୂଚନା ଦେଇଥିଲେ।ରାଜ୍ୟ ସରକାର ଗତ ଦୁଇ ବର୍ଷ ମଧ୍ୟରେ କୃଷି,ଶିକ୍ଷା,ସ୍ୱାସ୍ଥ୍ୟ, ପାନୀୟ ଜଳ,ଗ୍ରାମୀଣ ସଡ଼କ ଏବଂ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ ଜନମଙ୍ଗଳକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସଦୂରପ୍ରସାରୀ ମାର୍ଗଦର୍ଶନ ଏବଂ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଆଜି ଓଡ଼ିଶାର ପ୍ରତିଟି କୋଣରେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହୋଇଛି।ଏହି ସବୁ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ହିଁ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ବୋଲି ମନ୍ତ୍ରୀ ଶ୍ରୀ ସୁରଜ ମତପ୍ରକାଶ କରିଥିଲେ। ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନା ତଥା ଜନକଲ୍ୟାଣ ଓ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ମୋବାଇଲ୍ ବଣ୍ଟନ, ସ୍ୱୟଂ ସହାୟକ ଗୋଷ୍ଠୀ,ଭିନ୍ନ ଜାତିରେ ବିବାହ ପ୍ରୋତ୍ସାହନ, ଅନ୍ତ୍ଯୋଦୟ ଗୃହ ଯୋଜନା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ସମେତ ବିଭିନ୍ନ ସରକାରୀ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ସହାୟତାର ଚେକ୍ ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ମନ୍ତ୍ରୀଙ୍କ ବ୍ଲକ ଏବଂ ନଗର ପ୍ରତିନିଧି ଅଶୋକ ପୁହାଣ,କୈଳାସ ଚନ୍ଦ୍ର ମହାପାତ୍ର,ସାଂସଦ ବ୍ଲକ ପ୍ରତିନିଧି ମନୋଜ ମଲ୍ଲିକ,ବିଡ଼ିଓ ବନବିହାରୀ ଦିନ୍ଦା,ଏବିଡିଓ ଶର୍ମିଷ୍ଠା ମଲ୍ଲିକ,ସିଡିପିଓ ଦମୟନ୍ତି ଦେଇ ମଞ୍ଚାସିନ ହୋଇଥିବା ବେଳେ ଲକ୍ଷଣ ସୋରେନ, ନୃସିଂହ ଦତ୍ତ,ପିୟୁଷ ରଞ୍ଜନ ରାଉତ,ପ୍ରଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।


