ଶ୍ରୀରାମ ମନ୍ଦିର ହୁଣ୍ଡି ତାଡ଼ି ଲକ୍ଷାଧିକ ଟଙ୍କା ଚୋରି

ଛତ୍ରପୁର,(ଓ୍ବାଇଏନଏସ) : ଚୋରଙ୍କ ଟାର୍ଗେଟ ଏବେ ମନ୍ଦିର l କିଛି ଦିନ ତଳେ ହନୁମାନ ମନ୍ଦିର ରୁ ୫୦ ଲକ୍ଷ ଟଙ୍କା ଊର୍ଧ୍ଵ ଟଙ୍କା ର ସୁନା, ରୁପା ଏବଂ ଟଙ୍କା ଚୋରୀ ହୋଇଥିବା ବେଳେ ଏବଂ ଶ୍ରୀରାମଙ୍କ ମନ୍ଦିର ରୁ ଚୋରୀ କରିବା ରେ ସଫଳ ହୋଇଛନ୍ତି ଦୁର୍ବୁତ୍ତ ମାନେ  l  ଛତ୍ରପୁର ରେଳ ଷ୍ଟେସନ ନିକଟରେ ଅବସ୍ଥିତ ଶ୍ରୀରାମ ମନ୍ଦିର ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ବୁଧବାର ସକାଳେ ଚୋରି ହୋଇଥିବା ଜଣାପଡିଛି। ତେବେ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ  ମନ୍ଦିର ପରିସର ରେ ଥିବା ହୁଣ୍ଡି ଭାଙ୍ଗି ଚୋରି କରିଥିବା ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି। ସିସିଟିଭି କ୍ୟାମେରା ଥାଇ ମଧ୍ୟ ଅଚଳାବସ୍ଥାରେ ପଡ଼ିଥିବା ବେଳେ ଏହି ଘଟଣା କେତେ ବେଳେ ଘଟିଛି ତାହା ଅନୁମାନ କରାଯାଇ ପାରୁନାହିଁ। ପୂଜକ ସଦାଶିବ ମିଶ୍ରଙ୍କ କହିବା ଅନୁଯାୟୀ ମନ୍ଦିର ହୁଣ୍ଡି ପ୍ରାୟ ୧୧ ମାସ ଯାଏ ଖୋଲା ଯାଇନଥିଲା। ନିକଟ ଅତୀତରେ ଶ୍ରୀରାମ ନବମୀ ପାଳନ କରାଯାଇଥିଲା ଯେଉଁଥିରେ ଅନେକ ଶ୍ରଦ୍ଧାଳୁ ଦାନ କରିଥିବା ବେଳେ ଏକ ଲକ୍ଷରୁ ଅଧିକ ଟଙ୍କା ହୁଣ୍ଡିରେ ଥିବା ପୂଜକ ଆଶଙ୍କା କରିଛନ୍ତି । ସୂଚନା ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପକ୍ଷରେ ଏହି ମନ୍ଦିର ରେଳବାଇ ପୋଲିସ ଅଧୀନରେ ଆସୁଛି l ରେଳବାଇ ପୋଲିସ ତାହାର ତଦନ୍ତ ଆରମ୍ଭ କରିଦେଇଛନ୍ତି l ସୂଚନା ଥାଉ କି ଗତ ମେ ମାସ ୬ ତାରିଖରେ ଛତ୍ରପୁର କୁମାରବେଗପଲ୍ଲୀ ସ୍ଥିତ ହନୁମାନ ମନ୍ଦିରରୁ କିଛି ଦୁର୍ବୃତ୍ତ ୫୦ ଲକ୍ଷରୁ ଅଧିକ ସୁନା, ରୂପା ଗହଣା ଏବଂ ଟଙ୍କା ଚୋରି କରିଥିଲେ।   ଏହା ସହିତ  ସାଇ ମନ୍ଦିର, ବିରେଶ୍ବର ମନ୍ଦିର ହୋଇଛି ଚୋରୀ |  ଚୋରି ଘଟଣା ରେ ପୋଲିସ କୁ ମିଳିନି ସଫଳତା | ଆଉ ଆଜି ଶ୍ରୀ ରାମ ମନ୍ଦିର ଯାହା ଜନଗହଳିପୂର୍ଣ୍ଣ ଷ୍ଟେଶନର ଅତି ନିକଟରୁ ଚୋରି ହୋଇଥିବା ପୋଲିସ ପାଇଁ ଏକ ବଡ଼ ଧରଣର ଚ୍ୟାଲେଞ୍ଜ ପଲଟିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ