ସନ୍ତୋଷୀ ମାଁଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ

ମୁନିଗୁଡା,୨୪/୬ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ବଗିଚାସାହି ଠାରେ ନୂତନ ଭାବେ ନିର୍ମିତ ହୋଇଥିବା ସନ୍ତୋଷୀ ମାଁଙ୍କ ବିଗ୍ରହ ଓ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପୁରହିତ ଜଗବନ୍ଧୁ ପଣ୍ଡା ଓ ଶ୍ୟାମାସୁନ୍ଦର ଦାଶଙ୍କ ମିଳିତ ପୌରାହିତ୍ୟରେ ମନ୍ଦିର ପରିସରରେ ମଣ୍ଡଳକରଣ,ଅଙ୍କୁରାରୋପଣ ସହ ବିଭିନ୍ନ ପୂଜାର୍ଚନା କରାଯାଇଥିଲା। ପରେ କଳସ ସ୍ଥାପନ,ଦୀକ୍ଷା ଗ୍ରହଣ,ଗଙ୍ଗା ଆବାହନ, କଳସ ଯାତ୍ରା ମଣ୍ଡଳକରଣ, ଧ୍ୟାନଦିବସ, ସୂର୍ଯ୍ୟ ପୂଜା,ଗୋପୂଜା,ସୌରାଗ୍ନୀ ସ୍ଥାପନ, ବନଜାଗ,ରତ୍ନାମୁଦ,ମାଁ ଙ୍କ ମହାସ୍ନାନ,ମାଁଙ୍କ ଜୀବନ୍ୟାସ,ମାଁଙ୍କ ମନ୍ଦିର ପ୍ରବେଶ, ହୋମଯଜ୍ଞ,ପୂର୍ଣ୍ଣାହୁତି,ପୁଷ୍ପାଞ୍ଜଳି ସହ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କର୍ତା ଭାବେ ମନ୍ଦିରର ମୁଖ୍ୟ ପୂଜାରୀ ଗଙ୍ଗାଧର ବେହେରା,ବିରଞ୍ଚି ନାରାୟଣ ମିଶ୍ର ଓ ଧର୍ମପତ୍ନୀ ବନିତା ମିଶ୍ରଙ୍କ ଦ୍ୱାରା ସଂକଳ୍ପ କରାଯାଇଥିବା ବେଳେ ପୁରୋହିତ ନିକୁଞ୍ଜ ଶତପଥୀ,ସଦାନନ୍ଦ ମହାପାତ୍ର,ଲଳିତ ମିଶ୍ର,ଜଗନ୍ନାଥ ସାମନ୍ତରାୟ,ସୁନୀଲ ଚୌଧୁରୀ ପ୍ରମୁଖଙ୍କ ସମେତ ଅନ୍ୟ ପୁରହିତ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଉକ୍ତ ପ୍ରତିଷ୍ଠା ଉତ୍ସବକୁ ମନ୍ଦିର ପରିଚାଳନା କମିଟିର ସଭାପତି ଶୁକ୍ରୁ ବେହେରା,ସମ୍ପାଦକ ସୁଦର୍ଶନ ସାହୁ, କୋଷାଦକ୍ଷ ଧରଣୀ ବେହେରା, ଶତ୍ରୁଘନ ଦୋରା,ପଦ୍ମ ବେହେରା,ରାଜୁ ବେହେରା,ଶମ୍ଭୁ ବେହେରା,ଜଳନ୍ଧର ବେହେରା,ପବିତ୍ର ବେହେରା,ରାଜକିଶୋର ବେହେରା,ଟିକେରାମ ବେହେରା,ଯୁଜେଷ୍ଟି ବେହେରା,ମାଧବ ବେହେରା,ଯୁଗେଶ୍ୱର ବେହେରା,ସଦାନନ୍ଦ ବେହେରା,ଉମା ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ଓ ବଗିଚାସାହି ବାସିନ୍ଦା ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ