ଟ୍ରକ ମାଲିକ ମାନଙ୍କ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ

ମୁନିଗୁଡା, (ନନ୍ଦ କିଶୋର ପଟ୍ଟନାୟକ)  : ବେଦାନ୍ତ ଲାଞ୍ଜିଗଡ଼ରୁ ରେଡ ମୋଡ଼କୁ ଦହିଖାଲ ରେଳ ସାଇଡିଂକୁ ଓଏସଏଲକୁ ଆବଣ୍ଟିତ ସହ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ ପାଇଁ ମାନ୍ୟବର କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକାଙ୍କୁ ଦହିଖାଲ,ଲାଞ୍ଜିଗଡ଼, ମୁନିଗୁଡ଼ା, ଅମ୍ବାଦଳାର ଟ୍ରକ ମାଲିକ ମାନେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି। ଉକ୍ତ ସ୍ମାରକ ପତ୍ରରେ କାମ ଅଭାବରୁ ଦହିଖାଲ ଓ ଲାଞ୍ଜିଗଡ଼ ବେଲ୍ଟରେ ଗତ ୮-୧୦ ମାସ ଧରି ୩୦୦ରୁ ଅଧିକ ଟ୍ରକ୍ ନିଷ୍କ୍ରିୟ ହୋଇ ପଡ଼ି ରହିଛି। ଯାହାଦ୍ୱାରା ମାଲିକ ମାନେ ବ୍ୟାଙ୍କ ଇଏମଆଇ ଦେଇ ପାରୁ ନାହାଁନ୍ତି। ଆର୍ଥିକ କମ୍ପାନୀ ଗୁଡ଼ିକ ଟ୍ରକ ଜବତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିସହ ଏକ ହଜାରରୁ ଅଧିକ ଡ୍ରାଇଭର,ହେଲପର ଏବଂ ମେକାନିକଙ୍କ ପରିବାର ଜୀବିକା ହରାଇବାର ସମ୍ମୁଖୀନ ରହିଛି। ବର୍ତମାନ ଲାଞ୍ଜିଗଡ଼ର ବେଦାନ୍ତ ଲିମିଟେଡ୍‌ରେ ଲାଲ କାଦୁଆ/ବକ୍ସାଇଟ୍ ଅବଶିଷ୍ଟ୍ୟର ବିଶାଳ ଗଚ୍ଛିତ ହୋଇ ରହିଛି। ବେଦାନ୍ତ ପ୍ଲାଣ୍ଟରୁ ଦହିକାଲକୁ ସାଇଡିଂ ପର୍ଯ୍ୟନ୍ତ ଲାଲ ମାଟିର ସଡ଼କ ପରିବହନରେ ଦୈନିକ ୨୦୦-୩୦୦ ଟ୍ରକ ନିୟୋଜିତ ହୋଇପାରିବ ଏବଂ ନିୟମିତ ଆୟ ସୁନିଶ୍ଚିତ ହୋଇପାରିବ। ଏହାର ସମସ୍ତ ପରିବହନ ପାଇଁ ଓଏସଏଲକୁ ଦାଇତ୍ୱ ଦିଆଯାଇଛି। ସାଇଡିଂ ଉପଲବଧ ଥିବା ସତ୍ୱେ ଆରମ୍ଭରେ ପରିବହନ ସମ୍ପର୍କରେ କିଛି ସ୍ଥାନୀୟ ଗୋଷ୍ଠୀଙ୍କ ସମସ୍ୟା ଓ ଅସହଯୋଗ ଏବଂ ଧର୍ମଘଟ ଯୋଗୁଁ, ସ୍ଥାନୀୟ ଟ୍ରକ ମାଲିକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କାମ ଠପ୍ ରହିଛି। ଯାହା ପାଇଁ ଏହା ଆରମ୍ବ ହୋଇନାହିଁ। ତେଣୁ ଆମେ ଦହିଖାଲ,ଲାଞ୍ଜିଗଡ଼, ମୁନିଗୁଡ଼ା,ଅମ୍ବାଦଳାର ଟ୍ରକ ମାଲିକ ମାନଙ୍କ ଋଣ ବୋଝ ମୁକ୍ତି ଦର୍ଶାଇ ଅନୁରୋଧ କରୁଛୁ ଯେ ସମସ୍ତ ସ୍ଥାନୀୟ ସମସ୍ୟାର ସମାଧାନ ପାଇଁ ବେଦାନ୍ତ, ଓଏସଏଲ,କଳାହାଣ୍ଡି ଓ ରାୟଗଡା ଜିଲ୍ଲା କଲେକ୍ଟର, ଆରକ୍ଷୀ ଅଧିକ୍ଷକ ରାୟଗଡା ଏବଂ ଆମର ଟ୍ରକ ମାଲିକମାନଙ୍କ ସହିତ ସାତ ଦିନ ମଧ୍ୟରେ ଏକ ଜରୁରୀ ମିଳିତ ବୈଠକ ଡକାନ୍ତୁ ଓ ଯାନବାହାନଗୁଡ଼ିକର ସୁଗମ ଚଳାଚଳ ପାଇଁ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସହାୟତା ସୁନିଶ୍ଚିତ କରନ୍ତୁ। ଆପଣଙ୍କ ହସ୍ତକ୍ଷେପ କେବଳ ଟ୍ରକ ମାଲିକ ମାନଙ୍କ ସମସ୍ୟା,ଶିଳ୍ପ ଅପଚୟର ଲାଭଦାୟକ ବ୍ୟବହାର ଏବଂ ରେଳବାଇ ଏବଂ ସରକାରଙ୍କୁ ରାଜସ୍ୱ ସୁନିଶ୍ଚିତ କରିବ।ଆମେ ଆପଣଙ୍କ ନେତୃତ୍ୱ ଏବଂ ଗରିବ କଲ୍ୟାଣକାରୀ ଆଭିମୁଖ୍ୟ ଉପରେ ପୂର୍ଣ୍ଣ ବିଶ୍ୱାସ କରୁଛୁ। ଦୟାକରି ଏହାକୁ ସବୁଠାରୁ ଜରୁରୀ ଭାବରେ ବିଚାର କରନ୍ତୁ ବୋଲି ଉଲ୍ଲେଖ ରହିଛି। ଉକ୍ତ ସ୍ମାରକପତ୍ର ପ୍ରଦାନ ବେଳେ ଟ୍ରକ ମାଲିକ ଏମଡି.ଆୟୁବ,ବଟ କୃଷ୍ଣ ପ୍ରୁଷ୍ଟି,ସୁବାରାଓ ହିଆଲ୍,ସୁବ୍ରତ ସାମଲ, ରଞ୍ଜିତ କୁମାର ପାଢୀ, ଆଦାମ ସରିଫ୍, ଏମଡି.ଫାରୁକ,ଅମନ ପଟ୍ଟନାୟକ,ପ୍ରଫୁଲ୍ଲ ସାହୁକର,ନବିନ ଚନ୍ଦ୍ର ପାତ୍ର,ସାଲୁ କାଦମ୍ବାଲା, କେଶବ ସାହୁକାର, ସୁନୀଲ ଜୈନ, ଏମଡି.ଇମ୍ରାନ,ସାକିଲ ଖାନ, ଖିରୋଜ ପାତ୍ର ପ୍ରମୁଖଙ୍କ ସମେତ ଅନ୍ୟ ଟ୍ରକ ମାଲିକ ମାନେ ଉପସ୍ଥିତ ରହି ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ