ମଇଁଷି ବୋଝେଇ ଆଇଚର ଟ୍ରକ୍ ଜବତ, ଜଣେ ଗିରଫ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ) : ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ଦ୍ୱାରା ବୁଧୁବାର ଏକ ଆଇଚର ଟ୍ରକରେ ମଇଁଷି ବୋଝେଇ ଆଇଚର ଟ୍ରକ୍ ଯବତ,ଜଣକୁ ଗିରଫ କରିଥିବା ଜଣାପଡିଛି। ମୁନିଗୁଡା ଥାନା ଅଧିକାରୀ କେଶବ ଷଡ଼ଙ୍ଗୀ ବେଆଇନ ଭାବେ ୨୨ଟି ମଇଁଷି ବେଆଇନ ଭାବେ ପରିବହନ କରାଯାଉଥିବା ବିଶେଷ ସୂତ୍ରରୁ ଖବର ପାଇବାପରେ ଲେବଲ କ୍ରୋସିଙ୍ଗ ନିକଟରେ ଏକ ପୋଲିସ ଟିମ ଗଠନ କରି ଯାଞ୍ଚ ଚାଲିଥିବା ବେଳେ ଖବର ଅନୁଯାଇ ସିଜି ୧୪ ଏମଏସ ୯୭୨୫ ଆଇଚର ଟ୍ରକକୁ ଅଟକାଇ ଯାଞ୍ଚ ବେଳେ ସେଥିରୁ ୨୨ଟି ମଇଁଷି ବେଆଇନ ଭାବେ ପରିବହନ କରାଯାଉଥିବା ଜଣାପଡ଼ିଥିଲା। ପୋଲିସ ଟିମ ଆଇଚର ଟ୍ରକ୍ ଓ ୨୨ଟି ମଇଁଷି ଯବତ କରିବା ସହ ଉତ୍ତର ପ୍ରଦେଶର ବାସିନ୍ଦା ଜିତେନ୍ଦ୍ର କୁମାରଙ୍କୁ ଗିରଫ କରିଥିଲେ। ଏନେଇ ମୁନିଗୁଡା ଥାନା କେଶ ନମ୍ବର ୧୮୬/୨୦୨୬ ରୁଜୁ କରାଯାଇ ଏହାର ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଗିରଫ ଜିତେନ୍ଦ୍ରକୁ ମାନ୍ୟବର ନ୍ୟାୟାଳୟକୁ ଚାଲାଣ କରାଯାଇଛି ବୋଲି ମୁନିଗୁଡା ଥାନା ଅଧିକାରୀ ଶ୍ରୀ ଷଡ଼ଙ୍ଗୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।


