ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଭବ୍ୟ ଅବସର ସମ୍ବର୍ଦ୍ଧନା
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କପୁଣ୍ଡି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୋଦା ଜେନାଙ୍କୁ ଅବସର କାଳୀନ ଭବ୍ୟ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ଦିନ ୧୦ଟା ବେଳେ ପୁରାତନ ଛାତ୍ରଛାତ୍ରୀ ଓ ସହକର୍ମୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଢୋଲ ବଜାଇ, ବାଣ ଫୁଟାଇ ଏକ ବିରାଟ ପଟୁଆରରେ ସ୍କୁଲ ନିକଟକୁ ପାଛୋଟି ନେଇଥିଲେ। ପରେ ସ୍କୁଲ ପରିସରରେ ଶିକ୍ଷାବିତ ବନ ବିହାରୀ ବେହେରାଙ୍କ ସଭାପତିତ୍ୱ ରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ବିଧାୟକ ମାୟାଧର ଜେନା, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଇଓ ଧନେଶ୍ଵର ଖଣ୍ଡେଇ, ପୂର୍ବତନ ଏବିଇଓ ଅତୁଲ କୁମାର ବଳ , ସ୍ନେହଲତା ମହାରଣା, ଶିକ୍ଷକ ସଂଘ ନେତା ସନ୍ତୋଷ ଜେନା, ମଦନ ମୋହନ ମୁଦୁଲି, ଗୋପାଳ କୃଷ୍ଣ ନାୟକ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରଦୀପ କୁମାର ନାୟକ , ଶିକ୍ଷାବିତ ନିରାକାର ଜେନା, ରାମକୃଷ୍ଣ ନାୟକ, ହାଟଡିହି ସିଆରସିସି ଦେବାଶିଷ ବାରିକ ,ସିଏମସି କମିଟିର ସଭାପତି ବିଶ୍ବରଂଜନ ପଣ୍ଡା ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷୟତ୍ରୀ ଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନ କରିବାରେ ଶିକ୍ଷକ ମାନଙ୍କ ଭୂମିକା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସ୍କୁଲର ପୁରାତନ ଓ ବର୍ତମାନ ର ଛାତ୍ରଛାତ୍ରୀ, ଅଭିଭାବକ, ଗ୍ରାମବାସୀ ଓ ସହକର୍ମୀ ମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀକାନ୍ତ ପଟ୍ଟନାୟକ ମଞ୍ଚ ସଂଯୋଜନା କରିଥିବା ବେଳେ ବିଦ୍ୟାଳୟ lର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


