ବେଆଇନ ବାଲି ଚାଲାଣ ବେଳେ ଦୁଇ ହାଇଓ୍ବା ଜବତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଆଇନ ଭାବେ ବାଲି ଚୋରାଚାଲାଣ କରୁଥିବା ଦୁଇ ହାଇବା ଗାଡିକୁ ଜବତ କରିଛି ଗାଙ୍ଗପୁର ପୋଲିସ l ଖବରରୁ ଜଣାପଡିଛି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ନିକଟରେ ଗାଙ୍ଗପୁର ଥାନା ଅତିରିକ୍ତ ଥାନା ଅଧିକାରୀ ସlରଲତା ପ୍ରଧାନ ପୋଲିସ ଟିମ ସହ ଆଜି ବ୍ଲକିଙ୍ଗ ଚେକିଂ କରୁଥିବା ବେଳେ ଭଞ୍ଜନଗର ପଟୁ ଆସିକା ଅଭିମୁଖେ ଯାଉଥିବା ଦୁଇଟି ବାଲି ବୋଝେଇ ହାଇବା ଯାହାର ନଂବର ଓଡି -୩୨କେ ୬୮୯୫ ଓ ଓଡି -୩୨କେ ୪୬୪୭ ଦୁଇଟିକୁ ଯାଞ୍ଚ କରିବାରୁ ବାଲି ବେଆଇନ ଭାବେ ନିଆଯାଉଥିବା ଜଣାପଡିଥିଲା l ଏନେଇ ଗାଙ୍ଗପୁର ଥାନାରେ ୮୪/୨୬ ରେ ଏକ ମାମଲା ୠଜୁକରି ଦୁଇଟି ବାଲି ବୋଝେଇ ହାଇୱା କୁ ଜବତ କରିବା ସହ ଗାଡି ଦୁଇଟିର ଡ୍ରାଇବର ମାନଙ୍କୁ ନୋଟିସ ଦେଇ ପୋଲିସ ଛାଡିଥିବା ଏସ ଆଇ ତଥା ତଦନ୍ତକାରୀ ଅଧିକାରୀ ବିନାୟକ ବିଧାର ପ୍ରକାଶ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ