ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ଅଞ୍ଚଳ ପରିଷଦ ନିର୍ବାଚନ

ବୁଗୁଡ଼ା, (ଓ୍ବାଇଏନଏସ) : ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ବେତାରସିଂ ଅଂଚଳ ପରିଷଦର ନିର୍ବାଚନର କେନ୍ଦ୍ର ପରିଷଦ ସଭାପତି, ସଂପ।ଦକ, ଉପ ସଭାପତି ଓ ଉପଦେଷ୍ଟା , ବନ୍ଥପଲ୍ଲୀ ସାମନ୍ତ, ଆସିକା ସଭାପତି ଓ ସଂପାଦକ, ଆଠଗଡ ସଭାପତି, ସଂପାଦକ ଓ ଉପଦେଷ୍ଟା, ସିଦ୍ଧେଶ୍ୱର ସଭାପତି, ଅଞ୍ଚଳ ସାମନ୍ତ, ଗ୍ରାମ, ମଣ୍ଡଳ, ଅଞ୍ଚଳ କର୍ମକର୍ତ୍ତା , ୧୯ ଖଣ୍ଡ ଗ୍ରାମ ସମାଜ ଭାଇଙ୍କ ଉପସ୍ଥିତିରେ ୨୪/୬/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ବେତାରସିଂ ଅଞ୍ଚଳର ନୂତନ ସଭାପତି ଭାବେ ଗଙ୍ଗାଧର ବିଷୋୟୀ, ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଡାକ୍ତର ଅମ୍ବିକା ପ୍ରସାଦ ବିଷୋୟୀ, ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ, ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ ଓ ଉପଦେଷ୍ଟା ଭାବେ ଗନ୍ଧର୍ବସେନ୍ ଭୂୟାଁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇ ସମସ୍ତଙ୍କ ଉପସ୍ଥିତିରେ କୁଳଦେବତାଙ୍କ ସମ୍ମୁଖରେ ଶପଥ ପାଠ କରିଥିଲେ। ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା  କାଳୀ ଚରଣ ନାୟକ , ଆସିକା ଅଞ୍ଚଳ ସଭାପତି ନରହରି ବିଷୋୟୀ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଷୋୟୀ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟାଁ, ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି  ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନ, ଗ୍ରାମ, ମଣ୍ଡଳ , ଅଞ୍ଚଳର ସମାଜ ଭାଇ ଯୋଗଦେଇଥିଲେ। ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧ, ବୃଦ୍ଧାଙ୍କ  କଲ୍ୟାଣ ଓ ସୁରକ୍ଷା , ନାରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିବା ସହ ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ଘୋଷଣା କରିଥିଲେ। ଶେଷରେ ଗଙ୍ଗାଧର ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ